19.1 C
Bhubaneswar
Friday, November 22, 2024
Homeଓଡିଶା୫ ଦିନ ପ୍ରଚଣ୍ଡ ଗୁଳୁଗୁଳି !

୫ ଦିନ ପ୍ରଚଣ୍ଡ ଗୁଳୁଗୁଳି !

ଭୁବନେଶ୍ୱର : ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି , ଆସନ୍ତା ୩ ଦିନ ଯାଏଁ ପଶ୍ଚିମ ଓଡିଶାରେ ହିଟୱେଭ ରହିବ । ହିଟୱେଭ ନେଇ ବଲାଙ୍ଗିର , ବରଗଡକୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି, ନୂଆପଡା , ସୁବର୍ଣ୍ଣପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓଡିଶାକୁ ମୌସୁମୀ ଆସିବା ନେଇ କୌଣସି ଆକଳନ ହୋଇନାହିଁ । ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରଯାଇଛି। ୧୨ ଟି ସହରରେ ୪୧ ଡିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଧୀରେ ଧୀରେ ଦିନ ତାପମାତ୍ରା ହ୍ରାସ ପାଇଛି। କିନ୍ତୁ ବେଶୀ ହ୍ରାସ ପାଇନାହିଁ। ହିଟ୍‌ୱେଭ୍ ଜାରି ରହିବ। ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ବା ତା’ ଉପରେ ତାପମାତ୍ରା ରହିବାର ସମ୍ଭାବନା ରହିଛି।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାତି ଓ ଗୁଳୁଗୁଳି ସ୍ଥିତି ରହିବ। ଆଜି କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବ ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ। ମଙ୍ଗଳବାର (ଜୁନ୍ ୪) ବେଳକୁ ବର୍ଷାର ମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, ମାଲକାନଗିରି, ଅନୁଗୋଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ନୂଆପଡ଼ାରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ମନୋରମା ମହାନ୍ତି କହିଛନ୍ତି, ଗ୍ରୀଷ୍ମ ପ୍ରବାହ ନେଇ ୩ ଦିନ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ବଲାଙ୍ଗିର ଓ ବରଗଡ଼ ପାଇଁ ଅରେଞ୍ଚ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ କଳାହାଣ୍ଡି, ନୂଆପଡ଼ା ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି, ଆସନ୍ତାକାଲି (ସୋମବାର) ଓ ମଙ୍ଗଳବାର ପାଇଁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ଦିନ ପାଇଁ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ହେବ। ଆଜି ଓ କାଲି ତାମପାତ୍ର ୧ ବା ୨ ଡିଗ୍ରୀ କମିପାରେ। କିନ୍ତୁ ୪ ତାରିଖ ଅର୍ଥାତ୍ ତାପମାତ୍ରା ୧ ବା ୨ ଡିଗ୍ରୀ ବଢ଼ିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking