34.1 C
Bhubaneswar
Thursday, June 20, 2024
Homeଓଡିଶା୫ଜଣ ବିଜେପି କର୍ମୀ ଆହତ; ଡାକ୍ତରଖାନାରେ ଭର୍ତ୍ତି

୫ଜଣ ବିଜେପି କର୍ମୀ ଆହତ; ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଧନୁର୍ଜୟପୁର ଗାଁରେ ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ଫଳରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆଗରପଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ, ରାଜ୍ୟରେ ବିଜେପି ସରକାରର ମନ୍ତ୍ରୀମଣ୍ଡଳ ଗଠନ କରାଯିବା ଖୁସିରେ ଧନୁର୍ଜୟପୁର ଠାରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି ମନାଉଥିଲେ। ଏହି ସମୟରେ ବିଜେଡିର ସମର୍ଥକମାନେ ପହଞ୍ଚି ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ପରେ ବିଜେଡି କର୍ମୀମାନେ ଧାରୁଆ ଅସ୍ତ୍ରରେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ଆହତ ବିଜେପି କର୍ମୀମାନେ ହେଲେ ବିଶ୍ୱଜିତ ରାଉତ, ନାରାୟଣ ସାମଲ, ଅଶୋକ ଜେନା, ଗାଙ୍ଗୁଲି ବିରୁଆ ଓ ଦୁର୍ଯ୍ୟୋଧନ ସାମଲ। ବିଶ୍ୱଜିତଙ୍କ ହାତ, ମୁଣ୍ଡ, ପିଠିରେ ଗଭୀର କ୍ଷତ ହୋଇଥିବା ବେଳେ ଗାଙ୍ଗୁଳିଙ୍କ ମୁଣ୍ଡ ଓ ପିଠି, ଅଶୋକଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ସେହିପରି ଦୁର୍ଯ୍ୟୋଧନ ଶରୀରରେ ଧନୁତୀର ପଶିଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ପ୍ରଥମେ ଆଗରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking