ନୂଆଦିଲ୍ଲୀ: ଆଫ୍ଗାନିସ୍ତାନର ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରହିଥିଲା । ଭୂକମ୍ପର ଝଟ୍କା ରାଜଧାନୀ ଦିଲ୍ଲୀ, ଏନ୍ସିଆର ସମେତ ଉତ୍ତର ଭାରତର ଏକାଧିକ ସହରରେ ଅନୁଭୂତ ହୋଇଛି । ଲୋକେ ପ୍ରାଣ ବିକଳରେ ଘରୁ ବାହାରି ଆସୁଥିବା ଲକ୍ଷ୍ୟ କରାଯାଇଛି ।
ତେବେ ଭୂମିକମ୍ପ ଯୋଗୁଁ ଧନଜୀବନର କୌଣସି କ୍ଷୟକ୍ଷତି ଘଟିନଥିବା ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ହିନ୍ଦୁକୁଶ ପର୍ବତମାଳା ୟୁରୋଏସିଆନ୍ ଓ ଇଣ୍ଡିଆନ୍ ଟେକ୍ଟୋନିକ୍ ପ୍ଲେଟ୍ର ସଂଯୋଗସ୍ଥଳରେ ଅବସ୍ଥିତ ହୋଇଥିବାରୁ ଆଫଗାନିସ୍ତାନରେ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହୋଇଥାଏ ।