17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଇରାନରେ ହିଜାବ୍ ନପନ୍ଧିଲେ ୪୯ ଲକ୍ଷ ଜୋରିମାନା

ଇରାନରେ ହିଜାବ୍ ନପନ୍ଧିଲେ ୪୯ ଲକ୍ଷ ଜୋରିମାନା

ତେହେରାନ: ଇରାନ୍ ସଂସଦ ମହିଳାଙ୍କ ଡ୍ରେସ୍ କୋଡ୍‌କୁ ନେଇ ଏକ ନୂଆ ନିୟମ ପ୍ରବର୍ତ୍ତନ କରିଛି । ଏହି ନିୟମ ଅନୁସାରେ ଯେଉଁ ମହିଳା ହିଜାବ୍ ନପିନ୍ଧିବେ ତାଖୁ ୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଇରାନ ସାଂସଦ ହୁସୈନ ଜଲାଲି ଏହି ସୂଚନା ଦେଇଛନ୍ତି । ସେହିପରି ମହିଳାମାନେ ଯଦି ନୂଆ ଡ୍ରେସ୍ କୋଡ୍‌ର ପାଳନ ନକରନ୍ତି, ତେବେ ଜୋରିମାନା ବ୍ୟତୀତ ସେମାନଙ୍କ ପାସ୍‌ପୋର୍ଟ ଜବତ ହେବା ସହିତ ସେମାନଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ ମଧ୍ୟ ବ୍ୟାନ୍ ଲାଗୁ କରାଯିବ । ଗତ ୬ ମାସ ଧରି ଇରାନ୍‌ରେ ହିଜାବ୍ ବିରୋଧୀ ଆନ୍ଦୋଳନ ଚଳାଇଥିବା ଲୋକଙ୍କ ପାଇଁ ଏହି ନୂଆ ନିୟମ ଏକ ବଡ଼ ଝଟ୍‌କା ସଦୃଶ୍ୟ ।

ଅନ୍ୟପକ୍ଷରେ ଇରାନ୍‌ର ଜଣେ ଧର୍ମଗୁରୁ ମୋହସେନ୍ ଅରାକି ମହିଳାଙ୍କ ହିଜାବ ନପିନ୍ଧିବାର ତୁଳନା କରୋନା ଭାଇରସ୍ ସହିତ କରିଛନ୍ତି। ସେ କହିଛନ୍ତି, ଆମେ କରୋନା ଭାଇରସ୍ ପରି ହିଜାବ୍ ବିରୋଧୀ ଚାଲିଥିବା ଟ୍ରେଣ୍ଡ୍‌କୁ ବ୍ୟାପିବାକୁ ଦେବୁନାହିଁ । ଇରାନୀ ମହିଳାଙ୍କ ସ୍ୱାଧୀନତାର ହତ୍ୟା କରିବ ଶତ୍ରୁମାନଙ୍କ ଉଦ୍ଦେଶ୍ୟ । କାରଣ ହିଜାବ୍ ବିନା ଜଣେ ମହିଳା ସ୍ୱାଧୀନ ରହିପାରିବେ ନାହିଁ । ଏହାଦ୍ୱାରା ସର୍ବଦା ତା’ ଉପରେ ଅନ୍ୟର ଲୋଲୁପ ଦୃଷ୍ଟି ରହିବ ।

ଗତମାସରେ ଇରନ୍‌ର ଜଣେ ମୌଲବୀ ମହମ୍ମଦ ନବୀ ମୌସବିଫାରଦ ହିଜାବ୍‌କୁ ନେଇ କଠୋର ନିୟମ ପ୍ରବର୍ତ୍ତନ ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସେ କହିଥିଲେ, ହିଜାବ୍ ପିନ୍ଧୁନଥିବା ମହିଳାଙ୍କୁ କୌଣସି ସୁବିଧା ନମିଳିବା ଉଚିତ । ହିଜାବ୍ ସମର୍ଥନରେ ଇରାନ୍‌ରେ ଏ ପ୍ରକାର ଅଜବ ବୟାନ ଦେଉଥିବା ବ୍ୟକ୍ତିଙ୍କ ତାଲିକା ବହୁ ଲମ୍ବା । ଇରାନ୍‌ରେ ସର୍ବୋଚ୍ଚ ନେତା ଆୟାତୁଲ୍ଲାହ ଖୋମେନେଇଙ୍କ ନିକଟତମ ବ୍ୟକ୍ତି ମହମ୍ମଦ ମେହଦୀ ହୋସେନ୍ କମ୍ ବର୍ଷା ପଛରେ ମହିଳାଙ୍କ ହିଜାବ୍ ନପିନ୍ଧିବାକୁ ଦାୟୀ କରିଥିଲେ । ସେ କହିଥିଲେ, ଯେଉଁମାନେ ହିଜାବ୍ ପିନ୍ଧୁନାହାନ୍ତି ସେମାନଙ୍କୁ କଡ଼ା ଦଣ୍ଡା ମିଳିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking