ନୂଆଦିଲ୍ଲୀ : ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ଯ୍ୟକୁ ଅଚଳ କରିଦେଇଛି। ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ପୁଣି ୩୧ ଲୋକସଭା ସାଂସଦ ଚଳିତ ଅଧିବଶନରୁ ନିଲମ୍ବନ କରାଯାଇଛି। ଅଧୀର ରଞ୍ଜନ ଚୌଧରୀଙ୍କ ସମେତ ୩୧ ସାଂସଦ ନିଲମ୍ବିତ । ଗୃହରେ ହୋହଲ୍ଲା,ହଟ୍ଟଗୋଳ ପାଇଁ ସସ୍ପେଣ୍ଡ କଲେ ବାଚସ୍ପତି । ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ହଟ୍ଟଗୋଳ ପାଇଁ ସସ୍ପେଣ୍ଡ । ଆଗରୁ ୧୪ ଲୋକସଭା ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଥିଲା । ମୋଟ ୪୭ ବିରୋଧୀ ଏମପିଙ୍କୁ ସସ୍ପେଣ୍ଡ କରାଗଲାଣି । ଦୟାନିଧି ମାରାନ, ଏ.ରାଜା, ସୌଗତ ରୟ ନିଲମ୍ବିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ସଂସଦରେ ହଟ୍ଟଗୋଳ ତଥା ହୋ ହାଲ୍ଲା ପାଇଁ ୧୫ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍ପେଣ୍ଡ ହୋଇଥିଲା । ନିଲମ୍ବିତ ସାଂସଦ ମଧ୍ୟରେ କଂଗ୍ରେସର ୫ ସାଂସଦ ଥିଲେ । ଗୃହରେ ହୋହାଲ୍ଲା ସହ ହଟ୍ଟଗୋଳ କରିବାରୁ ଲୋକସଭାର ୫ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି । ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସାଂସଦ । ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ହେଲେ ଟିଏନ ପ୍ରଥପନ, ହିବି ଇଡେନ, ଡିନ କୁରିଆକୋସ, ଜ୍ୟୋତିମଣି ଏବଂ ରାମ୍ୟା ହରିଦାଶ।। ପୂର୍ବରୁ ରାଜ୍ୟସଭା ଟିଏମସି ସାଂସଦ ଡେରେକ ଓବ୍ରାୟନ ନିଲମ୍ବିତ ହୋଇଥିଲା। ଡେରେଓ ଓବ୍ରାୟନଙ୍କ ନିଲମ୍ବନଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଏମସି ସାଂସଦ ଡୋଲା ସେନ। ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଅବୈଦ୍ଧ ଆଚରଣ ଭାବେ ଗଣନା କରାଯାଇ ସେମାନଙ୍କୁ ନିଲମ୍ବନ କରାଯାଥିଲା ।