ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ (ସିଏମ୍ଓ) ଷ୍ଟାଫ୍ଙ୍କ ଦ୍ୱାରା ସ୍ୱାକ୍ଷରିତ ୪୭ ଫାଇଲ୍କୁ ଉପରାଜ୍ୟପାଳଙ୍କ ଅଫିସ୍ ଫେରାଇ ଦେଇଥିବା ଶନିବାର ଏକ ସୂତ୍ରରୁ ଜଣାପଡ଼ିଛି । ଏହା ଏବେ ଜତୀୟ ରାଜଧାନୀର ଦୁଇ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲଢ଼େଇକୁ ଜୋର୍ଦାର କରିବା ଆଶଙ୍କା ସୃଷ୍ଟି ହୋଇଛି ।
ଉପରାଜ୍ୟପାଳଙ୍କ ଅଫିସ୍ରୁ ଫେରାଇ ଦିଆଯାଇଥିବା ଫାଇଲ୍ ମଧ୍ୟରେ ଶିକ୍ଷା ବିଭାଗ ଏବଂ ୱାକ୍ଫ ବୋର୍ଡ ସମ୍ପର୍କିତ ଫାଇଲ୍ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ, ସପ୍ତାହକ ତଳେ ସିଏମ୍ଓ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷର ବିନା ରାୟ ଏବଂ ମଞ୍ଜୁରୀ ପାଇଁ ଫାଇଲ୍ ତାଙ୍କ ଅଫିସକୁ ପଠାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଚିଠିଲେଖି ଅବଗତ କରାଇଥିଲେ। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷର ବିନା ସିଏମ୍ଓ ଦ୍ୱାରା ନିୟମିତ ଭାବେ ଫାଇଲ୍ ପଠାଯାଉଛି ବୋଲି ଉପରାଜ୍ୟପାଳଙ୍କ ଅଫିସ୍ ସୂତ୍ରରୁ କୁହାଯାଇଛି ।