ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ ଆଇଏଏସ ଓ ୨୮ ଆଇପିଏସ ଅଧିକାରୀ । ୨୪୮ ଆଇଏଏସ ପଦବୀ ସଂଖ୍ୟାରୁ ଖାଲି ରହିଛି ୪୫ ପଦବୀ । ମଞ୍ଜୁରୀ ପ୍ରାପ୍ତ ୧୯୫ ଆଇପିଏସ ପଦବୀରୁ ଖାଲି ରହିଛି ୬୬ ପଦବୀ । ୨୨୪୮ ଓଏଏସ ପଦବୀରୁ ୩୪୨ ପଦବୀ ଖାଲି ପଡିଛି । ୮୪୯ ଓପିଏଏସ ପଦବୀରୁ ଖାଲି ପଡିଛି ୧୪୧ ପଦବୀ । ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ।ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।










