ନୂଆଦିଲ୍ଲୀ : ଅଙ୍ଗଦାନ କରିଥିବା କର୍ମଚାରୀଙ୍କୁ କେନ୍ଦ୍ର ସରକାର ୪୨ ଦିନର ସ୍ୱତନ୍ତ୍ର କାଜୁଆଲ ଛୁଟି ପ୍ରଦାନ କରିବେ । ଏହି ଛୁଟି ସର୍ଜରୀର ସୁସ୍ଥ ହେବା ପାଇଁ ପ୍ରଦାନ କରାଯିବ । ଏଥିପାଇଁ ସରକାରୀ ମାନ୍ୟତାପ୍ରାପ୍ତ ଡାକ୍ତରଙ୍କ ମଞ୍ଜୁରୀର ଆବଶ୍ୟକତା ରହିବ । ଏହା ପୂର୍ବରୁ ଏହି ମାମଲାରେ ୩୦ ଦିନ ଛୁଟି ଦିଆଯାଉଥିଲା ।