ଭୁବନେଶ୍ୱର : ଗତ ୮ ବର୍ଷରେ ରାଜ୍ୟରେ ମୋଟ ୪୧ଟି ହାଜତ ମୃତ୍ୟୁ ଘଟିଛି । ୪୧ ହାଜତ ମୃତ୍ୟୁ ନେଇ ଏଚଆରପିସି ସ୍ପେଶାଲ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା । ୨୦୧୫ରେ ସର୍ବାଧିକ ୮ ଜଣଙ୍କର ହାଜତ ମୃତ୍ୟୁ ଘଟିଥିଲା । ୨୦୧୯ ଓ ୨୦ ରେ ୭ ଜଣ ଲେଖାଏଁ , ୨୧ରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୬ରେ ୪ଜଣ , ୧୭ ଓ ୧୮ ରେ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ । ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ୪ ଜଣଙ୍କ ହାଜତ ମୃତ୍ୟୁ ଘଟିଥିବା ରିପୋର୍ଟ ।