21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବ୍ରାଜିଲରେ ପୁନଃ ଥଇଥାନ ହେବେ ୪୧ ବିଲୁପ୍ତ ଜଙ୍ଗଲୀ ସ୍ପିକ୍ସ ମାକାଉ୍ ପକ୍ଷୀ

ବ୍ରାଜିଲରେ ପୁନଃ ଥଇଥାନ ହେବେ ୪୧ ବିଲୁପ୍ତ ଜଙ୍ଗଲୀ ସ୍ପିକ୍ସ ମାକାଉ୍ ପକ୍ଷୀ

ଜାମନଗର: ୨୦୦୦ ମସିହାରେ ବିଲୁପ୍ତ ଘୋଷିତ ସ୍ପିକ୍ସ ମାକାଉ (ଛୋଟ ନୀଳ ରଙ୍ଗର ଶୁଆ) ବର୍ତ୍ତମାନ ଗୁଜରାଟର ଜାମନଗର ସ୍ଥିତ ‘ବନତାରା’ ଅଭୟାରଣ୍ୟରେ ରହିଥିବା ବେଳେ ଏମାନଙ୍କୁ ଖୁବଶୀଘ୍ର ସେମାନଙ୍କ ମୂଳ ବାସସ୍ଥାନ (ବ୍ରାଜିଲ୍‌)କୁ ଫେରାଇଦିଆଯିବ। ବନତାରା ଏଦିଗରେ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି। ତେବେ ଏହି ମିଶନକୁ ଆଗେଇ ନେବା ପାଇଁ ବନତାରାର ଗ୍ରୀନ୍ସ ପ୍ରାଣୀ ବିଜ୍ଞାନ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର (ଜିଜେଡ୍‌ଆର୍‌ଆର୍‌ସି), ଏସିଟିପି (ଆସୋସିଏସନ୍ ଫର୍ ଦି କଞ୍ଜରଭେସନ୍ ଅଫ୍ ଥ୍ରେଟେଣ୍ଡେଡ୍ ପ୍ୟାରୋଟ୍ସ) ସହ ସହଭାଗୀ ହୋଇଛି। ଦିନକ ପୂର୍ବେ ଜର୍ମାନୀର ବର୍ଲିନରେ ଥିବା ଏସିଟିପି ପ୍ରଜନନ କେନ୍ଦ୍ରରୁ ବ୍ରାଜିଲର ବହିଆରେ ଥିବା ଏକ ମୁକ୍ତ କେନ୍ଦ୍ରକୁ ପ୍ରାୟ ୪୧ ସ୍ପିକ୍ସ ମାକାଓର ସଫଳ ସ୍ଥାନାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛଇ। ଏହି ବିଶ୍ୱସ୍ତରୀୟ ପୁନଃ ସଂରକ୍ଷଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ବନତାରା ଏସିଟିପିକୁ ବିଶେଷଜ୍ଞ ମାର୍ଗଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଆଦି ଯୋଗାଇବା ସହ ଏହି ବିଲୁପ୍ତ ବନ୍ୟ ପ୍ରଜାତି ପକ୍ଷୀକୁ ବ୍ରାଜିଲର କାଟିଙ୍ଗା ବାୟୋମେକୁ ଫେରିବା ପାଇଁ ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି। ୨୦୨୨ରେ ମଧ୍ୟ ପ୍ରାୟ ୨୦ ସ୍ପିକ୍ସର ମାକାଉ ପକ୍ଷୀକୁ ସେମାନଙ୍କ ମୂଳ ବାସସ୍ଥାନରେ ଥଇଥାନ କରାଯାଇଥିଲା। ବ୍ରାଜିଲକୁ ସ୍ଥାନାନ୍ତର ପାଇଁ ମନୋନୀତ ହୋଇଥିବା ୪୧ ସ୍ପିକ୍ସର ମାକାଉ ସେମାନଙ୍କ ବଂଶ ଏବଂ ସ୍ୱାସ୍ଥ୍ୟ ଉପରେ ଆଧାର କରି ଚୟନ କରାଯାଇଥିଲା। ଏହି ଗୋଷ୍ଠୀରେ ୨୩ ସ୍ତ୍ରୀ ସ୍ପିକ୍ସର ମାକାଉ ରହିଥିବା ବେଳେ, ୧୫ ଅଣ୍ଡିରା ଏବଂ ୩ ଶାବକ ରହିଥିଲେ।

ସ୍ଥାନାନ୍ତର ପୂର୍ବରୁ, ଏହି ପକ୍ଷୀମାନଙ୍କୁ ବର୍ଲିନ୍‌ର ଏକ ପ୍ରଜନନ ସୁବିଧା କେନ୍ଦ୍ରରେ ପ୍ରାୟ ୨୮ ଦିନରୁ ଅଧିକ ସମୟ ପାଇଁ ରଖାଯାଇଥିଲା, ବ୍ରାଜିଲର ବନ୍ୟ ପରିବେଶକୁ ପ୍ରଭାବିତ କରୁଥିବା କୌଣସି ରୋଗରୁ ମୁକ୍ତ ନହେବା ପାଇଁ ଏମାନଙ୍କ ଉପରେ ବ୍ୟାପକ ପରୀକ୍ଷଣ କରାଯାଇଥିଲା। ତେବେ ଜାନୁଆରୀ ୨୮ ରେ, ଏହି ପକ୍ଷୀମାନଙ୍କୁ ବର୍ଲିନରୁ ଏକ ଚାର୍ଟାର୍ଡ ବିମାନରେ ବ୍ରାଜିଲର ପେଟ୍ରୋଲିନା ବିମାନବନ୍ଦରରେ ନିଆଯିବା ପରେ ସେଠାରେ ଦୁଇ ପ୍ରାଣୀ ଚିକିତ୍ସକ, ଏସିଟିପିର ଜଣେ ସଂରକ୍ଷକ ଅଧିକାରୀ, ବନତାରା’ର ଏକ ବିଶେଷଜ୍ଞ ଦଳ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ପରେ ସ୍ୱତନ୍ତ୍ର ଯାନ ବ୍ୟବହାର କରି ଏହି ପକ୍ଷୀମାନଙ୍କ ଗ୍ରାଉଣ୍ଡ ପରିବହନ ବ୍ୟବସ୍ଥା କରାଯାଇଥିଲା।

ଏସିଟିପି ପ୍ରତିଷ୍ଠାତା ମାର୍ଟିନ ଗୁଥ୍ ଏହି ଅବସରରେ ସ୍ପିକ୍ସର ମାକୋଉ ପକ୍ଷୀଙ୍କ ପୁନଃ ସ୍ଥାନାନ୍ତର ପ୍ରକ୍ରିୟାରେ ବନତାରା’ର ଉଲ୍ଲେଖନୀୟ ଅବଦାନ ପାଇଁ ବନ୍‌ତାରା ମୁଖ୍ୟ ଅନନ୍ତ ଅମ୍ବାନୀଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଗୁଥ୍ କହିଛନ୍ତି, ଶ୍ରୀ ଅନନ୍ତ ଅମ୍ବାନୀଙ୍କ ଉଦାର ଆର୍ôଥକ ସହାୟତା ବ୍ୟତୀତ, ତାଙ୍କ ବନ୍‌ତାରା ସଂସ୍ଥାର ସମସ୍ତ କର୍ମଚାରୀଙ୍କ ପଦକ୍ଷେପ ବେଶ୍ ପ୍ରଶଂସନୀୟ। ବନତାରା ସହ ସହଭାଗୀ ହେବାର ସୌଭାଗ୍ୟ ମିଳିଥିବାରୁ ପୁରା ଏସିଟିସି ପରିବାର କୃତଜ୍ଞତା ବ୍ୟକ୍ତ କରୁଛି। ଭାଣ୍ଟାରା ଆମ ସହ ସହଭାଗୀ ହୋଇଛନ୍ତି। ବନ୍‌ତାରାର ଅବିସ୍ମରଣୀୟ ଉତ୍ସର୍ଗୀକୃତତା, ଉତ୍ସାହ, ଉତ୍ସ ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ପାଇଁ ସହଯୋଗୀ ଆଭିମୁଖ୍ୟ ହେତୁ ଏହି ବିଲୁପ୍ତ ପ୍ରଜାତିର ସଫଳ ପୁନଃ ଥଇଥାନ ପ୍ରକ୍ରିୟାରେ ଏସିଟିସି ଏକ ଅଂଶୀଦାର ସାଜିପାରିଛି। ତେବେ ବନତାରା ଏବଂ ଏସିଟିସି ମିଳିତ ଭାବେ, ଏହି ସହଭାଗୀତା ଏକ ଅଂଶୀଦାର ଦର୍ଶନ ଏବଂ ପ୍ରତିବଦ୍ଧତାର ଶକ୍ତିକୁ ଉଦାହରଣ ଭାବେ ଉପସ୍ଥାପନ କରୁଛି ଏବଂ ଆମେ ଆଶା କରୁଛୁ ଯେ ଏହା ସମଗ୍ର ବିଶ୍ୱରେ ଅଧିକ ବିପଦପୂର୍ଣ୍ଣ ସଂରକ୍ଷଣ ପ୍ରୟାସକୁ ପ୍ରେରଣା ଯୋଗାଇବ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking