ଭୁବନେଶ୍ୱର: କୋଭିଡ୍ରେ ୪୦ ହଜାର କୋଟି ଦୁର୍ନୀତିର ପ୍ରେସମିଟ୍ରେ ଅଭିଯୋଗ କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ୫୧% ପିସି ସରକାର ଚାଲିଛି, ଲୋକାଲ ଫଣ୍ଡ ଅଡିଟରୁ ସ୍ପଷ୍ଟ ହୋଇଛି । ୨୦୨୦ରୁ ୨୦୨୨ କରୋନାରେ ଲଢୁଥିଲା ବେଳେ ଲୁଟୁଥିଲା ବିଜେଡି । ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ପାଇଁ ସବୁ ବ୍ଲକକୁ ୪ ଶହ କୋଟି ଫାଇନ୍ ପଡିଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବି ଅନିୟମିତତା ହୋଇଛି । ବ୍ଲକ ଓ ପଂଚାୟତ ସ୍ତରକୁ ଯାଇ ଆନ୍ଦୋଳନ କରିବ ବିଜେପି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।