କିଭ୍: ଋଷ-ୟୁକ୍ରେନ ଯୁଦ୍ଧରେ ଉତ୍ତେଜନା ଭରିଛି ଡୋନାଟସ୍କ ଆକ୍ରମଣ ଘଟଣା । ୟୁକ୍ରେନ ସେନାର ଅତର୍କିତ ଆକ୍ରମଣରେ ୬୩ଋଷୀୟ ସୈନିକଙ୍କ ପ୍ରାଣ ଯାଇଥିବା ମସ୍କୋ ଅଭିଯୋଗ କରିଥିଲା । ଏବେ ଏହି ସଂଖ୍ୟା ୮୯କୁ ବୃଦ୍ଧି ପାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ତେବେ ଏହି ଆକ୍ରମଣରେ ପ୍ରାୟ ୪ଶହ ଋଷୀୟ ସୈନ୍ୟ ନିହତ ହୋଇଥିବା ନେଇ କିଭ୍ ଦାବି କରୁଥିବା ବେଳେ ଏହାକୁ ଖଣ୍ଡନ କରିଛି ମସ୍କୋ । କହିଛି ୮୯ଜଣ ଋଷୀୟ ସୈନ୍ୟଙ୍କ ପ୍ରାଣ ଯାଇଛି । ରବିବାର ରାତିରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା । ଏଥିରେ ଏକ ଋଷ ସେନା ଶିବିରକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ୟୁକ୍ରେନ ସେନା ଆମେରିକା ନିର୍ମିତ ରକେଟ ବ୍ୟବହାର କରିଥିବା ମସ୍କୋ ଅଭିଯୋଗ କରିଥିଲା । ମୃତ ସୈନିକଙ୍କ ମଧ୍ୟରେ ଋଷ ସେନାର କିଛି କମାଣ୍ଡର ମଧ୍ୟ ଥିବା ନେଇ ସୂଚନା ମିଳିଛି । ଘଟଣା ପରଦିନ(ସୋମବାର) ଏ ସମ୍ପର୍କରେ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଜାରି କରି ୬୩ସୈନ୍ୟଙ୍କ ପ୍ରାଣହାନୀ ଅଭିଯୋଗ କରିଥିଲା । ଏବେ ଏହି ସଂଖ୍ୟା ପ୍ରାୟ ୪ଶହ ବୋଲି କିଭ ଦାବି କରିବା ପରେ ଏହାକୁ ମସ୍କୋ ପକ୍ଷରୁ ଖଣ୍ଡନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୃତ୍ୟୁସଂଖ୍ୟା ୬୩ ଓ ଏବେ ଏହା ୮୯କୁ ବୃଦ୍ଧି ପାଇଥିବା ମସ୍କୋ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।
ଡୋନାଟସ୍କ୍ ହେଉଛି ୟୁକ୍ରେନର ଏକ ବିଦ୍ରୋହ ଅଞ୍ଚଳ । ଏହାର ଏକ ବସ୍ତି ଅଞ୍ଚଳରେ ଋଷର ସଶସ୍ତ୍ର ବାହିନୀ ଏକ ଶିବିର ସ୍ଥାପନ କରିଥିଲା । ରବିବାର ଏହି ଅସ୍ଥାୟୀ ସେନା କ୍ୟାମ୍ପରେ ୟୁକ୍ରେନ ସେନା ୬ରୁ ଅଧିକ ଆମେରିକାର ନିର୍ମିତ ରକେଟ ମାଡ କରିଥିବା ମସ୍କୋ ଅଭିଯୋଗ କ । ଫଳରେ ପ୍ରାଥମିକ ଭାବେ ୬୩ ଋଷୀୟ ସୈନ୍ୟଙ୍କ ମୃତ୍ୟୁ ଓ ପରେ ଏହି ସଂଖ୍ୟା ୮୯କୁ ବୃଦ୍ଧି ପାଇଥିବା ମସ୍କୋ ଅଭିଯୋଗ କରିଛି । ଋଷର ଏହି ଆକ୍ରମଣ ଅଭିଯୋଗ ନେଇ ୟୁକ୍ରେନ ପ୍ରଥମେ ନୀରବ ରହିଥିବା ବେଳେ ଏବେ ପ୍ରାୟ ୪ଶହ ଋଷୀୟ ସୈନ୍ୟଙ୍କ ପ୍ରାଣହାନୀ ହୋଇଥିବା ଦାବି କରିଛି । ଯାହାକୁ ମସ୍କୋ ଖଣ୍ଡନ କରିଛି । ତେବେ ପ୍ରାୟ ଏକ ବର୍ଷ ହେବ ଲାଗି ରହିଥିବା ଏହି ଯୁଦ୍ଧରେ କ୍ରିମିଆ ପୋଲ ଆକ୍ରମଣ ପରେ ଏହି ଘଟଣା ପୁଣି ଥରେ ଉତ୍ତେଜନା ଭରିଛି । ଋଷର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ମଧ୍ୟ ନାଟୋ ସଦସ୍ୟ ରାଷ୍ଟ୍ର ଓ ପଶ୍ଚିମ ଦେଶମାନେ ୟୁକ୍ରେନକୁ ନିୟମିତ ଉଭୟ ସାମରିକ ଓ ଆର୍ôଥକ ସହୟତା ରାଶି ଯୋଗାଇବା ଜାରି ରଖିଛନ୍ତି । ଜଣଙ୍କ ପରେ ଜଣେ ପଶ୍ଚିମ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସକ୍ଷାତ କରିବାରେ ଲାଗିଛନ୍ତି ।