ଭୁବନେଶ୍ୱର : ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ଧରାପଡିଲା ଏକ ବଡ ଧରଣର ଜାଲ୍ ନୋଟ୍ ରାକେଟ୍। ସୋନପୁରରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ଜାଲ୍ ନୋଟ୍ ପ୍ରସ୍ତୁତ ସରଞ୍ଜାମ ଜବତ ସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ବାହାରକୁ ଏହି ରାକେଟ୍ ଚେର ଲମ୍ବିଥିବା ନେଇ ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।