25.1 C
Bhubaneswar
Wednesday, February 11, 2026
Homeଅପରାଧଖୋର୍ଦ୍ଧାରୁ ୪୦ ଗ୍ରାମ ଧଳା ଜହର ଜବତ, ୨ ଗିରଫ

ଖୋର୍ଦ୍ଧାରୁ ୪୦ ଗ୍ରାମ ଧଳା ଜହର ଜବତ, ୨ ଗିରଫ

ଖୋର୍ଦ୍ଧା : ଆଖ ପାଖ ଅଞ୍ଚଳରେ ଧଳା ଜହର କାରବାର ଦିନକୁ ଦିନ ବଢି ଚାଲିଥିବା ବେଳେ ତାହାକୁ କିଭଳି ରୋକା ଯାଇ ପାରିବ ତାହାକୁ କେନ୍ଦ୍ରକରି ଏକ ସାମ୍ବାଦିକ ସମ୍ମିଳନୀ କରି ଖୋର୍ଦ୍ଧା ଏସ ପି ସାଗରିକା ନାଥ କହିଥିଲେ ଆଣ୍ଟି ନାରକୋଟୀକ୍ସ ଗଠିତ ହେବା ସହ ଅସାମାଜିକ କାର୍ଯ୍ୟ କଳାପ କିଭଳି ରୋକା ଯାଇପାରିବ ଏଥି ନିମନ୍ତେ ବଚ୍ଛା ବଚ୍ଛା ପୋଲିସ ଅଫିସର ଙ୍କୁ ନେଇ ଏକ ଟାକ୍ସ ଫୋର୍ସ ଗଠନ କରାଯାଇଛି। ଏବଂ ସର୍ବସାଧାରଣଙ୍କ ନିମନ୍ତେ ଏକ ମୋବାଇଲ ନମ୍ବର ୯୪୩୮୯୧୬୫୧୭ ଦେଇ କହିଥିଲେ ଯେଉଁଠି ଧଳା ଜହର, ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ତୁରନ୍ତ ଉକ୍ତ ମୋବାଇଲ ନମ୍ବରରେ ଜଣାଇଲେ ତାଙ୍କ ନାମ ଗୋପନ ରଖାଯିବ।

ଏଥି ସହ ଉକ୍ତ ବେକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଁ ଯିବ। ଏବେ ଗିରଫ ହୋଇଥିବା ଦୁଇ ଆସାମୀ ହେଲେ ଖୋର୍ଦ୍ଧା ଅଞ୍ଚଳର ଅନୀଲ ରାୟ, ବୌଦ୍ଧ ରାଜନଗର ନିବାସୀ ଆକାଶ ସେଠି, ଏହି ଆସାମୀ ଠାରୁ ୪୦ ଗ୍ରାମ ଧଳା ଜହର, ୪ ଟା ମୋବାଇଲ, ଦୁଇ ଟା ବାଇକ,୬ ହଜ଼ାର ଟଙ୍କା ଜବତ ହୋଇଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀ ରେ ଡି.ଏସ.ପି. ଅନୀଲ ମହାନ୍ତି, ସିନିଅର ପୋଲିସ ଅଫିସର ତାରିକ ଅହମ୍ମଦ, ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking