18.1 C
Bhubaneswar
Tuesday, November 26, 2024
Homeଅପରାଧପତ୍ନୀ ସହିତ ଝଗଡ଼ା କରି ପୁଅ ସାଥିରେ ବାପା କ’ଣ କଲା ଜାଣିଲେ ହୋସ୍ ଉଡ଼ିବ....

ପତ୍ନୀ ସହିତ ଝଗଡ଼ା କରି ପୁଅ ସାଥିରେ ବାପା କ’ଣ କଲା ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ : ରାଗ ବ୍ରହ୍ମଚଣ୍ଡାଳ । ଏପରି କହୁଥିବା ସମସ୍ତେ ଶୁଣିଥିବେ ମାତ୍ର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସାନପାଡା ଷ୍ଟେସନରେ । ଷ୍ଟେସନରେ ଥିବା ସମୟରେ ପତ୍ନୀ ସହିତ ଝଗଡା କାରଣରୁ ନିଜର ୪ ବର୍ଷର ପୁଅକୁ କଚାଡି ମାରି ଦେଇଛି ବାପା। ମୁମ୍ବାଇ ସ୍ଥିତ ସାନପାଡା ଷ୍ଟେସନରେ ଏହି ଘଟଣା ଘଟିଥିବା ବେଳେ ଆରୋପୀକୁ ଗିରଫ କରି ନେଇଛି ରେଲୱେ ପୋଲିସ । ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀ ସହିତ ବିବାହ ବିଚ୍ଛେଦ ଘଟିଥିବା ବେଳେ ଏହି ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିଥିଲେ ।

ପ୍ରଥମ ପତ୍ନୀଙ୍କ ସନ୍ତାନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିଭିନ୍ନ ସମୟରେ ଝଗଡା ହେଉଥିବା ବେଳେ ଷ୍ଟେସନରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଝଗଡା ପରେ ପ୍ରଥମ ପତ୍ନୀର ପୁଅକୁ ପ୍ଲାଟଫର୍ମରେ କଚାଡି ହତ୍ୟା କରିଥିଲା ଏହି ରାକ୍ଷସ । ଦ୍ୱିତୀୟ ବିବାହ ପରେ ଶିଶୁପୁତ୍ରକୁ ନିଜ ନିକଟରେ ରଖିଥିଲା ଅଭିଯୁକ୍ତ ସକଲ ସିଂ ପୱାର । ପୱାର ନିଜର ଶିଶୁ ପୁତ୍ର ଦ୍ୱାରା ଭିକ ମଗାଉଥିବାରୁ ଏହାକୁ ବିରୋଧ କରୁଥିଲା ମା’ । ଝଗଡା ପରେ ଶିଶୁଟିକୁ ପ୍ଲାଟଫର୍ମରୁ ତଳକୁ ଫିଙ୍ଗି ଦେଇଥିଲା ବାପା । ଧାରା ୩୦୨ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking