ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଜିନ୍ସ ବିଭାଗ ପକ୍ଷରୁ ଶନିବାର ତିହାର ଜେଲ୍ର ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଡେପୁଟୀ ସୁପରିନ୍ଟେଣ୍ଡେଣ୍ଟ ଓ ଦୁଇଜଣ ସହକାରୀ ସୁପରିନ୍ଟେଣ୍ଡେଣ୍ଟ ମଧ୍ୟ ରହିଛନ୍ତି ।
ତିହାର ଜେଲ୍ରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲିକ୍ ଗତ ଶୁକ୍ରବାର ସୁପ୍ରିମକୋର୍ଟରେ ବ୍ୟକ୍ତିଗତଭାବେ ହାଜର ହୋଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ୟାସିନ୍ଙ୍କୁ କାହିଁକି ସୁପ୍ରିମକୋର୍ଟ ନିଆଗଲା, ସେହି ଅଭିଯୋଗରେ ଏମାନଙ୍କୁ ନିଲମ୍ବନ କରାଯାଇଥିବା କୁହାଯାଇଛି ।