27.1 C
Bhubaneswar
Saturday, June 22, 2024
Homeଓଡିଶାଆହୁରି ୪ ଦିନ ଗ୍ରୀଷ୍ମ ପ୍ରବାହ, ବାଟ ପାଉନି ମୌସୁମୀ

ଆହୁରି ୪ ଦିନ ଗ୍ରୀଷ୍ମ ପ୍ରବାହ, ବାଟ ପାଉନି ମୌସୁମୀ

ଭୁବନେଶ୍ବର: ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ଅନୁଭୂତି ହେଉଥିବାବେଳେ ଉପକୂଳରେ ଜନଜୀବନକୁ ହନ୍ତସନ୍ତ କରୁଛି ପ୍ରଚଣ୍ଡ ଗୁଳୁଗୁଳି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ବାଲେଶ୍ବର, ଜଗତସିଂହପୁର ନୟାଗଡ, ଖୋର୍ଦ୍ଧା, ନୂଆପଡା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ୪ ଦିନ ଯାଏଁ ରାଜ୍ୟରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ଲାଗି ରହିବାର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ସେହିପରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କାଁ ଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୧୪ ତାରିଖ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ୧୪ ପରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ସହ କେତେକ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ବୋଲି ବିଭାଗ ଆକଳନ କରିଛି ।

ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିଲେ ହେଁ ଆଗକୁ ଅଗ୍ରସର ହେବାର ଅନୁକୂଳ ସ୍ଥିତି ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ଓଡିଶା ଅର୍ଥାତ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁଥିବା ବେଳେ ଅନୁକୂଳ ସ୍ଥିତି ନଥିବାରୁ ତାହା ବର୍ତ୍ତମାନ ସ୍ଥିର ହୋଇରହିଛି, ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରୁନାହିଁ । ବିଶେଷ କରି ବର୍ତ୍ତମାନ ଓଡ଼ିଶାର ବାୟୁ ମଣ୍ଡଳରେ ହେଉଥିବା ବାୟୁ ଚଳାଚଳକୁ ନେଇ ମୌସୁମୀ ନିଷ୍କ୍ରିୟତା ସ୍ଥିତିରେ ଥିବାରୁ ପଶ୍ଚିମରେ ପ୍ରଚଣ୍ଡ ଗରମ ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ ଅସହ୍ୟ ଗୁଳୁଗୁଳି ଓ ଖରାଠୁ ନିଜକୁ ଦୂରେଇ ରଖିବା ସହ ଆବଶ୍ୟକ ନଥିଲେ କାମରୁ ବିରତ ରହିବାକୁ ପରାମର୍ଶ ଦେଇଛି ବିଭାଗ । ଏହାସହ ଏ ଦିଗରେ ଥିବା ସଚେତନତାକୁ ମଧ୍ୟ ଅବଲମ୍ବନ କରିବା ପାଇଁ କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking