19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବକେୟା ବିଦ୍ୟୁତ୍ ବିଲ୍ ପୈଠ ପାଇଁ ୪୮ ମାସ ସମୟ

ବକେୟା ବିଦ୍ୟୁତ୍ ବିଲ୍ ପୈଠ ପାଇଁ ୪୮ ମାସ ସମୟ

ନୂଆଦିଲ୍ଲୀ: ବିଜୁଳି ଆବଣ୍ଟନକାରୀ କମ୍ପାନୀ ବା ଡିସ୍‌କମ୍ ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀ ଜେନ୍‌କୋ ସମୂହକୁ ନିୟମିତ ଭାବେ ଶକ୍ତିକ୍ରୟ ବାବଦ ପାଉଣା ଦେବାକୁ ଅସମର୍ଥ ହେଉଥିବାରୁ ଶକ୍ତି କ୍ଷେତ୍ରର ସମଗ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦେୟ ଦେଇପାରୁ ନ ଥିବା ଡିସ୍‌କମ୍ ଗୁଡିକର ଆର୍ôଥକ ଦୁଃସ୍ଥିତିକୁ ଲାଘବ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛି । ଏହି ଯୋଜନା ଅନୁସାରେ ୪୮ ମାସର ଇଏମ୍‌ଆଇରେ ଏହି ଅର୍ଥ ପୈଠ କରିବାକୁ ନିୟମ କରାଯାଇଛି ।

ଡିସ୍‌କମ୍ ଗୁଡିକ ବିଜୁଳି କ୍ରୟ ବାବଦ ଅର୍ଥ ଠିକ୍ ସମୟରେ ପୈଠ କରୁ ନ ଥିବାରୁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଗୁଡିକର ଅର୍ଥ ପ୍ରବାହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଛି । କୋଇଲା କ୍ରୟ, ଦୈନନ୍ଦିନ ପରିଚାଳନା ଏବଂ ଅନ୍ୟାନ୍ୟା ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି । ତେବେ ବିଜୁଳି କିଣୁଥିବା ଡିସ୍‌କମ୍ ମାନେ ଠିକ୍ ସମୟରେ ଅର୍ଥ ପୈଠ କରୁ ନ ଥିବାରୁ ଉତ୍ପାଦନ ବ୍ୟବସ୍ଥା ଉପରେ ତାହାର ସିଧାସଳଖ ପ୍ରଭାବ ପଡୁଛି ।

‘ପ୍ରାପ୍ତି ପୋର୍ଟାଲ’ରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ମଇ ୧୮ତାରିଖ ସୁଦ୍ଧା ଡିସ୍‌କମ୍ ଗୁଡିକ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କୁ ୧,୦୦,୦୧୮ କୋଟିରୁ ଅଧିକ ଟଙ୍କା ଦେଇନାହାନ୍ତି । ଏହି ବିପୁଳ ଅର୍ଥ ମଧ୍ୟରେ ବିବାଦୀୟ ଅର୍ଥ ପରିମାଣ ଓ ବିଳମ୍ବିତ ଦେୟଜନିତ ସରଚାର୍ଜ(ଜୋରିମାନା) ଅନ୍ତର୍ଭୁକ୍ତ ହୋଇନାହିଁ । ବିବାଦୀୟ ଓ ବିଳମ୍ବିତ ଦେୟ ଜନିତ ସରଚାର୍ଜର ମୋଟ ପରିମାଣ ୬୮୩୯ କୋଟି ଟଙ୍କା। ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ଯେଉଁ ସ୍କିମ୍ ପ୍ରସ୍ତୁତ କରିଛି ସେଥିରେ ନିଜର ବକେୟାକୁ କିସ୍ତି ଆକାରରେ ବିଜୁଳି ଉତ୍ପାଦନକାରୀ କମ୍ପାନୀଗୁଡିକ ଦେବାର ବ୍ୟବସ୍ଥା କରାଯାଉଛି । ସମସ୍ତ ପ୍ରକାର ବାକି ଅର୍ଥ ପରିଶୋଧ କରିବାକୁ ଏକକାଳୀନ କୋହଳ ବ୍ୟବସ୍ଥା ସବୁ ଡିସକମ୍ ପାଇଁ ପ୍ରଯୁଜ୍ୟ ହେବ ।

ସ୍କିମର ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ବିବାଦୀୟ ଓ ବିଳମ୍ବିତ ଦେୟ ଉପରେ ସରଚାଜ୍ ବା ଜୋରିମାନା ଲାଗୁ ହେବ ନାହିଁ । ଏହି ପ୍ରସ୍ତାବିତ ଯୋଜନା ଫଳରେ ଡିସ୍‌କମ୍ ସମୂହ ଆସନ୍ତା ୧୨ରୁ ୪୮ ମାସ ମଧ୍ୟରେ ବିଳମ୍ବିତ ଦେୟ ବାବଦ ୧୯, ୮୩୩ କୋଟି ଟଙ୍କାର ସରଚାର୍ଜ ବା ଜୋରିମାନା ବଞ୍ଚାଇ ପାରିବେ । ଏହି ଯୋଜନାରେ ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ରାଜ୍ୟ ପ୍ରତ୍ୟେକ ୪୫୦୦ କୋଟି ଟଙ୍କା ବଞ୍ଚାଇ ପାରିବେ କାରଣ ଏହି ଦୁଇ ରାଜ୍ୟର ଡିସ୍‌କମ୍ ଗୁଡିକରେ ଅଧିକ ବକେୟା ରହିଛି । ସେହିଭଳି ଉତ୍ତରପ୍ରଦେଶ ୨୫୦୦ କୋଟି, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ ଓ ତେଲଙ୍ଗାନା ଆଦି ୧୧୦୦ରୁ ୧୭୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking