27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶ୪ଶିଶୁଙ୍କୁ ଛାଡ଼ି ପ୍ରେମିକ ସହ ପତ୍ନୀ ଫେରାର

୪ଶିଶୁଙ୍କୁ ଛାଡ଼ି ପ୍ରେମିକ ସହ ପତ୍ନୀ ଫେରାର

ପାଟନା: ଭାଉଜ ଭାଉଜ ଡାକି ୪ଶିଶୁଙ୍କ ମା’ଙ୍କୁ ନେଇ ଫେରାର ହେଲା ଯୁବକ । ବିହାରର ପୁର୍ଣ୍ଣିୟାରେ ଘଟିଛି ଏଭଳି ଘଟଣା । ବିବାହ ପରେ ନିଜର ୪ଜଣ ଛୁଆଙ୍କୁ ଛାଡ଼ି ମହିଳା ଏଭଳି ପ୍ରେମିକ ସହ ଫେରାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୦ରେ ମହିଳାଙ୍କ ବିବାହ ହୋଇଥିବା ବେଳେ ତାଙ୍କ ସ୍ୱାମୀ ପଞ୍ଜାବରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ସ୍ୱାମୀ ବାହାରେ ରହୁଥିବାରୁ ପଡ଼ିଶା ଘରେ ରହୁଥିବା ଯୁବକ ଏହାର ସୁଯୋଗ ନେଇ ନିଜ ଭାଉଜଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି କୁହାଯାଉଛି ।

ପଡୋଶୀ ଯୁବକଙ୍କ ଉପରେ ଆରୋପ ଲଗାଇ ପୀଡ଼ିତ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ମୁଁ ବାହାରେ ରହୁଥିବାରୁ ପଡୋଶୀ ଯୁବକ ମୋ ପତ୍ନୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ମୋ ମା’ ଏ ବିଷୟରେ ଜାଣିବା ପରେ ମୋ ପତ୍ନୀଙ୍କୁ ତାଗିଦ୍ କରି ଯୁବକଙ୍କ ସହ ଦେଖା ନକରିବାକୁ କହିଥିଲେ । ଦେଖା ହେବାର ସୁଯୋଗ ନମିଳିବାରୁ ଅଭିଯୁକ୍ତ ଯୁବକ ମୋ ପତ୍ନୀଙ୍କୁ ଫେରାର ହେବା ପାଇଁ ପ୍ରବର୍ତ୍ତାଇଥିଲେ । ଘଟଣା ଦିନ ଘରେ ଥିବା ଦେଢ଼ ଲକ୍ଷ ଟଙ୍କା ଓ ସୁନା ଗହଣା ନେଇ ମୋ ପତ୍ନୀ ପଡୋଶୀଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ଅଭିଯୋଗ ପାଇ ପୋଲିସ ତଦନ୍ତ କରିବା ପରେ ଗାଁରୁ ହିଁ ପ୍ରେମୀଯୁଗଳଙ୍କୁ ଧରିଥିବା କୁହାଯାଉଛି । ଏବେ ମହିଳାଙ୍କ ସ୍ୱାମୀ ୭ଜଣଙ୍କ ଉପରେ ପତ୍ନୀଙ୍କୁ ଅପହରଣ କରିବାର ଆରୋପ ଲଗାଇଛନ୍ତି । ଏବେ ମହିଳାଙ୍କୁ ଅପହରଣ କରାଯାଇଥିଲା ନାଁ ସେ ନିଜ ଇଚ୍ଛାରେ ଯାଇଥିଲେ, ତା’ର ଉତ୍ତର ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking