28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶନିଆଁ ଆଁ ରେ ଜଳିଗଲେ ୪ ବନ କର୍ମଚାରୀ

ନିଆଁ ଆଁ ରେ ଜଳିଗଲେ ୪ ବନ କର୍ମଚାରୀ

ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିନସାର ଜଙ୍ଗଲରେ ଲାଗିଛି ନିଆଁ । ଏହି ନିଆଁକୁ ଲିଭାଇବାକୁ ଯାଇ ୪ ବନ କର୍ମଚାରୀ ଜୀଅନ୍ତା ଜଳି ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଛି।

ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ପାଇ ଏକ ୮ ଜଣିଆ ବନ କର୍ମଚାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରବଳ ପବନ ଯୋଗୁ ନିଆଁ ଝାସ ଆସି ସେମାନଙ୍କୁ କବଳିତ କରିଥିଲା।

ଫଳରେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣଙ୍କର ଜଳି ଯାଇ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking