30.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଟ୍ରକ୍ ଦୁର୍ଘଟଣାରେ ୪ କାଉଡିଆ ମୃତ

ଟ୍ରକ୍ ଦୁର୍ଘଟଣାରେ ୪ କାଉଡିଆ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଅଲିପୁର ନିକଟସ୍ଥ ଜିଟି କର୍ନାଲ ରୋଡ୍‌ରେ ବୁଧବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ଆହତ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୦ ଜଣ କାଉଡିଆଙ୍କୁ ନେଇ ହରିଦ୍ୱାର ଯାଉଥିବା ଗୋଟିଏ ଟ୍ରକ୍ ନିୟନ୍ତ୍ରଣ ହରାଇ ରୋଡ୍ ଡିଭାଇଡର ଅତିକ୍ରମ କରିବା ସହ ଅପରପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣାପରେ ଉଭୟ ଟ୍ରକ୍‌ର ଡ୍ରାଇଭର ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking