ଲେହ : ଭୂକମ୍ପରେ ଥରିଲା ଲେହ। ଲେହର ଅଲଚୀ ଗାଁରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୧୯ରେ ଏହି ଭୂକମ୍ପ ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ,ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିମି ଗଭୀର ବୋଲି ଜଣାପଡିଛି। ଏ ସମ୍ପର୍କରେ ଏନସିଏସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଲେହର ଅଲଚୀ ରୁ ୧୮୯ କିମି ଉତ୍ତରରେ ୪.୮ ତିବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଏହାସହ ଏକ ସପ୍ତାହ ପୂର୍ବରୁ ଜମ୍ମୁ-କଶ୍ମୀରର କଟ୍ରା ରୁ ୬୨ କିମି ପୂର୍ବ-ଉତ୍ତର-ପୂର୍ବରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା।