27.1 C
Bhubaneswar
Sunday, September 8, 2024
Homeଖେଳ୩ୟ ଟେଷ୍ଟ: ଇଂଲଣ୍ଡ ପରାସ୍ତ, ୪୩୪ ରନରେ ଜିତିଲା ଭାରତ

୩ୟ ଟେଷ୍ଟ: ଇଂଲଣ୍ଡ ପରାସ୍ତ, ୪୩୪ ରନରେ ଜିତିଲା ଭାରତ

ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି। ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ।

ଏହି ଟେଷ୍ଟ ମ୍ୟାଚରେ ନିଜର ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା ।

ଦଳ ପକ୍ଷରୁ ୧୦ମ ସ୍ଥାନରେ ଆସିଥିବା ମାର୍କ ଉଡ୍ ସର୍ବାଧିକ ୩୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ୍ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking