27.1 C
Bhubaneswar
Sunday, September 29, 2024
Homeଖେଳଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦: ରାଜକୋଟରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ

ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦: ରାଜକୋଟରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ

ରାଜକୋଟ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଝଡ ଦେଖିବାକୁ ମିଳିଛି । ସୂର୍ଯ୍ୟକୁମାର ଚମତ୍କାର ବ୍ୟାଟିଂ କରି ମାତ୍ର ୪୫ଟି ବଲରେ ତାଙ୍କ ଶତକ ପୂରଣ କରିଛନ୍ତି । ଟି -୨୦ ଇଣ୍ଟରନ୍ୟାସନାଲରେ ଏହା ସୂର୍ଯ୍ୟକୁମାର ଯାଦବଙ୍କର ତୃତୀୟ ଶତକ । ୮ଟି ଛକା ଓ ୬ଟି ଚୌକା ଜରିଆରେ ଶତକ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ୨୦୨୩ରେ ପ୍ରଥମ ଶତକ ହାସଲ କରି ସୂର୍ଯ୍ୟ ଟି-୨୦ରେ ବିଶ୍ବର ଏକ ନମ୍ବର ବ୍ୟାଟର ଭାବେ ତାଙ୍କ ପ୍ରଶଂସକଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି।

ଶ୍ରୀଲଙ୍କା ଆଗରରେ ୨୨୯ ରନର ଲକ୍ଷ୍ୟ ରହିଛି । ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଓପନର ଇଶାନ କିଷନ ମାତ୍ର ୧ ରନରେ ଆଉଟ ହୋଇଯାଇଥିଲେ । ତେବେ ଅନ୍ୟତମ ଓପନର ଶୁଭମନ ଗିଲ ଓ ରାହୁଲ ତ୍ରିପାଠୀ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୩୫ ରନ ଓ ଗିଲ୍ ୪୬ ରନ କରି ଆଉଟ ହୋଇଥିଲେ ।

ତେବେ କ୍ରିଜର ଗୋଟିଏ ପଟେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ୮ଟି ଛକା ଓ ୬ଟି ଚୌକା ସହ ଶତକ ପୂରଣ କରିଥିଲେ । ସେ ୫୧ ବଲରେ ମୋଟ ୧୧୨ ରନ କରି ଅପରାଜିତ ରହିଥିଲେ । ସେ ମୋଟ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେହିପରି ଅକ୍ଷର ପଟେଲ ଅପରାଜିତ ୨୧ ରନ କରିଥିଲେ । ଏହି ସିରିଜ ଏବେ ୧-୧ରେ ଅମିମାଂସିତ ଥିବାବେଳେ ଆଜି ମ୍ୟାଚର ବିଜେତା ସିରିଜ ହାତେଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking