19.1 C
Bhubaneswar
Wednesday, January 8, 2025
Homeଖେଳତୃତୀୟ ଟି-୨୦: ୬ ୱିକେଟ୍ ସ୍କଟ୍‌ଲାଣ୍ଡ ପରାଜିତ; ଅଷ୍ଟ୍ରେଲିଆ ୩-୦ରେ ସିରିଜ୍ ବିଜୟୀ

ତୃତୀୟ ଟି-୨୦: ୬ ୱିକେଟ୍ ସ୍କଟ୍‌ଲାଣ୍ଡ ପରାଜିତ; ଅଷ୍ଟ୍ରେଲିଆ ୩-୦ରେ ସିରିଜ୍ ବିଜୟୀ

ଏଡିନ୍‌ବରା: ସ୍କଟ୍‌ଲାଣ୍ଡକୁ ତୃତୀୟ ଟି-୨୦ ମ୍ୟାଚ୍‌ରେ ୬ ୱିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୩-୦ରେ କ୍ଲିନ୍ ସ୍ୱିପ୍ କରିଛି। ଏଡିନ୍‌ବରାରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ୯ ୱିକେଟ୍‌ରେ ୧୪୯ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୬.୧ ଓଭର୍‌ରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ କାମେରନ୍ ଗ୍ରୁପ୍ ୩୯ ବ୍‌ରେ ୬୨ ରନ୍ କରିବା ସହିତ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି।
ଟସ୍ ହାରି ବ୍ୟାଟିଂ ପାଇଥିବା ସ୍କଟ୍‌ଲାଣ୍ଡ ଭଲ ଆରମ୍ଭ କରିଥିଲା। ଜର୍ଜ ମୁନ୍‌ସି ୨୫, ଓଲି ହେୟର୍ସ ୧୨ ଏବଂ ବ୍ରେଣ୍ଡନ୍ ମ୍ୟାକ୍‌ମୁଲେନ୍ ୫୬ ରନ୍ କରିଥିଲେ। ୮ ଓଭର୍‌ରେ ଟିମ୍ ୬୭ ରନ୍ ମଧ୍ୟରେ ୨ଟି ୱିକେଟ୍ ହରାଇଥିଲା। ତେବେ ଏହାର ପରେ ଟିମ୍ ଶୀଘ୍ର ଶୀଘ୍ର ୱିକେଟ୍ ହରାଇ ୨୦ ଓଭର୍‌ରେ ୯ ୱିକେଟ୍ ବିନିମୟରେ ୧୪୯ ରନ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ରୀନ୍ ୩, ଆରୋନ୍ ହାର୍ଡି ଓ ଶନ୍ ଏବଟ୍ ୨-୨ ୱିକେଟ୍ ନେଇଥିଲେ। ମାର୍କସ ଷ୍ଟୋଇନିସ୍ ଓ ଆଦାମ୍ ଜମ୍ପାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।
୧୫୦ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ୧୮ ରନ୍‌ରେ ଦୁଇଟି ୱିକେଟ୍ ହରାଇଥିଲା। ଟ୍ରେଭିସ୍ ହେଡ୍ ୧୨ ଏବଂ ଫ୍ରେଜର୍‌-ମ୍ୟାକ୍‌ଗର୍କ ଖାତା ଖୋଲିବା ପୂର୍ବରୁ ଫେରିଥିଲେ। ତେବେ ଏହାପରେ ମିଚେଲ୍ ମାର୍ଶ ଟିମ୍‌କୁ ସମ୍ଭାଳିବା ସହ ୩୧ ରନ୍ କରି ସ୍କୋର୍ ୭୦ ରନ୍ ପାର୍ କରାଯାଇଥିଲେ। ତାଙ୍କ ଆଉଟ୍ ପରେ ଗ୍ରୀନ୍ ଓ ଟିମ୍ ଡେଭିଡ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଡେଭିଡ୍ ୧୪ ବଲ୍‌ରେ ୨୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ହାର୍ଡି (୬ ବଲ୍‌ରେ ୧୧ ରନ୍‌) ଗ୍ରୀନ୍‌ଙ୍କ ସହ ମ୍ୟାଚ୍ ଶେଷ କରିଥିଲେ। ଗ୍ରୀନ୍ ୩୯ ବଲ୍‌ରେ ୫ ଛକା ଓ ୨ ଚୌକା ସହାୟତାରେ ୬୨ ରନ୍ କରିଥିଲେ। ସ୍କଟ୍‌ଲାଣ୍ଡ ପକ୍ଷରୁ ବ୍ରେଡ୍ କରୀ ୨ଟି ୱିକେଟ୍ ନେଇଥିବା ବେଳେ କ୍ରିସ୍ ସୋଲ ଓ ଜ୍ୟାକ୍ ଜାର୍ଭିସ୍‌ଙ୍କୁ ୧-୧ ସଫଳତା ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking