19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମହିଳା କର୍ମଚାରୀଙ୍କୁ ଚୀନ୍ କମ୍ପାନୀର ଅଫର, ୩ୟ ସନ୍ତାନ ଜନ୍ମ କଲେ ମିଳିବ ୧୧ ଲକ୍ଷ...

ମହିଳା କର୍ମଚାରୀଙ୍କୁ ଚୀନ୍ କମ୍ପାନୀର ଅଫର, ୩ୟ ସନ୍ତାନ ଜନ୍ମ କଲେ ମିଳିବ ୧୧ ଲକ୍ଷ ବୋନସ୍

ନୂଆଦିଲ୍ଲୀ : ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ବଡ଼ ସମସ୍ୟା ହୋଇଥିବାବେଳେ ପଡ଼ୋଶୀ ଚୀନ୍‌ରେ ବୟସ୍କଙ୍କ ଜନସଂଖ୍ୟା ବୃଦ୍ଧି ଓ ଯୁବବର୍ଗଙ୍କ ସଂଖ୍ୟା ହ୍ରାସ ଦେଶର ଚିନ୍ତା ବଢ଼ାଇଛି । ଏହି ସ୍ଥିତିରେ ସେଠାରେ ସରକାର ଏବେ ୩ୟ ସନ୍ତାନ ନୀତି ଆପଣେଇଛନ୍ତି । ଏହି ନୀତି ଅନ୍ତର୍ଗତ ଚୀନ୍‌ରେ ଏବେ ୩ୟ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଯୋଗୁ ଚୀନ୍‌ରେ ଗୋଟିଏ ସନ୍ତାନ ନୀତି ଲାଗୁ କରାଯାଇଥିଲା । ଏହା ଦ୍ୱାରା ଜନସଂଖ୍ୟା ହ୍ରାସ ପାଇଲା ସତ, କିନ୍ତୁ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହେଲା । ଏବେ ଏହି ନୀତି ବନ୍ଦ କରି ଦେଶର ଯୁବ ପରିବାରଙ୍କୁ ୨ ଓ ୩ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହିତ କରାଯାଉଛି । ଚଳିତ ମାସରୁ ଏଠାରେ ୩ୟ ସନ୍ତାନ ନୀତି ଲାଗୁ ହୋଇଛି । ଏବେ ଏଠାକାର କମ୍ପାନିଗୁଡ଼ିକ ମଧ୍ୟ ନିଜ କର୍ମଚାରୀଙ୍କୁ ୩ୟ ସନ୍ତାନ ଜନ୍ମରେ ବୋନସ୍‌ ଏବଂ ମହିଳା କର୍ମଚାରୀଙ୍କୁ ୧ ବର୍ଷ ଛୁଟି ଅଫର୍‌ ଦେଉଛନ୍ତି ।

ବେଜିଂ ଡାବିନଙ୍ଗ ଟେକ୍ନୋଲୋଜି ଗ୍ରୁପ୍‌ ନାମକ କମ୍ପାନି ତା’ର କର୍ମଚାରୀଙ୍କୁ ୩ ସନ୍ତାନ ଜନ୍ମ ଦେଲେ, ସାଢ଼େ ୧୧ ଲକ୍ଷ ଟଙ୍କାର ବୋନସ୍‌ ଅଫର୍‌ ଦେଇଛି । ସେତିକି ନୁହେଁ, ଯଦି ଜଣେ ମହିଳା କର୍ମଚାରୀ ୩ୟ ସନ୍ତାନ ଜନ୍ମ ଦେଉଥାନ୍ତି³ ତେବେ ତାଙ୍କୁ ୧ ବର୍ଷ ଛୁଟି ମିଳିବ । ଅନ୍ୟପକ୍ଷେ, ଶିଶୁକୁ ସମ୍ଭାଳିବା ପାଇଁ ପୁରୁଷ କର୍ମଚାରୀଙ୍କୁ ୯ ମାସ ଛୁଟି ମିଳିବ । ଯେଉଁ କର୍ମଚାରୀ ୨ୟ ସନ୍ତାନ ଜନ୍ମ କରୁଛନ୍ତି, ସେମାନଙ୍କୁ ମଧ୍ୟ ୭ ଲକ୍ଷ ଟଙ୍କାର ବୋନସ୍‌ ମିଳିବ । ପ୍ରଥମ ସନ୍ତାନ ଜନ୍ମ ଦେଉଥିବା କର୍ମଚାରୀଙ୍କୁ ୩.୫ ଲକ୍ଷ ଟଙ୍କାର ବୋନସ୍‌ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking