ୱାଶିଂଟନ୍ : ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି। ଏଥିରେ ଅଧିକାଂଶ ଯାତ୍ରୀ ଆହତ ହେବାସହ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ଅପରାହ୍ଣରେ ଏହି ଅଘଟଣ ଘଟିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ସମୟରେ ଆମ୍ଟ୍ରାକ୍ ଟ୍ରେନ୍ରେ ୧୪୭ ଜଣ ଯାତ୍ରୀ ଓ ୧୩ ଜଣ କ୍ରୁ ମେମ୍ବର ଥିଲେ। ଟ୍ରେନ୍ର ୫ଟି ବଗି ମୋନଟାନାରେ ଲାଇନ୍ଚ୍ୟୁତ୍ ହୋଇଯାଇଥିଲା। ସିଏଟଲ୍ ଓ ଚିକାଗୋ ମଧ୍ୟରେ ଏହା ଚଳାଚଳ କରିଥାଏ। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫୁଟେଜରେ ଦେଖିବାକୁ ମିଳିଛି, ଲୋକମାନେ ଟ୍ରାକ୍ ପାଖରେ ଛିଡ଼ା ହୋଇଛନ୍ତି ଓ ସେମାନଙ୍କ ନିକଟରେ ଜିନିଷ ସବୁ ଏଣେତେଣେ ହୋଇ ପଡ଼ିକି ରହିଛି। ଟ୍ରେନ୍ର ଅନେକ ବଗି ରେଲ୍ୱେ ଟ୍ରାକ୍ରୁ ଲାଇନ୍ଚ୍ୟୁତ୍ ହୋଇଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି।