25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶନଦୀରେ ଗାଧୋଇବା ବେଳେ ବୁଡି ଯାଇ ୩୯ ମୃତ

ନଦୀରେ ଗାଧୋଇବା ବେଳେ ବୁଡି ଯାଇ ୩୯ ମୃତ

ବିହାର : ବିହାରରେ ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ୧୪ଟି ଜିଲ୍ଲୀରେ ୩୯ ଜଣଙ୍କ ଜୀବନ ଯାଇ ଥିବାବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ଔରଙ୍ଗାବାଦ ଜିଲ୍ଲୀର ୧୦ ଜଣ ଅଛନ୍ତି। ସେହିପରି ଛପରାରେ ୫ ଜଣ, ରୋହତାସରେ ୪, କୈମୁରରେ, ସିୱାନରେ, ମୋତିହାରୀରେ ୩ ଲେଖାଏ, ବେତିଆରେ, ବେଗୁସରାୟରେ ୨ ଜଣ ଲେଖାଏଁ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଅନ୍ୟ କେତେକ ଲୋକ ମଧ୍ୟ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛି। ଏଭଳି ପରିସ୍ଥିତିରେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ସେପଟେ ପାର୍ବଣର ମାହୋଲ ସମୟରେ ଏପରି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking