31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଅମରନାଥ ଅଭିମୁଖେ ଆଉ ୩୮୮୮ ଶ୍ରଦ୍ଧାଳୁ

ଅମରନାଥ ଅଭିମୁଖେ ଆଉ ୩୮୮୮ ଶ୍ରଦ୍ଧାଳୁ

ଜମ୍ମୁ : କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସୋମବାର ଆଉ ୩୮୮୮ ଶ୍ରଦ୍ଧାଳୁ ଜମ୍ମୁରୁ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି । ଚଳିତ ଅମରନାଥ ଯାତ୍ରାରେ ଏହା ହେଉଛି ୨୨ତମ ବ୍ୟାଚ୍ । ୧୪୯ଟି ବସ୍‌ରେ ଏହି ଯାତ୍ରୀଙ୍କୁ ପ୍ରଥମେ ଶ୍ରୀନଗର ନିଆଯିବ । ସେଠାରୁ ଦୁଇଟି ରୁଟ୍ ଯଥା ପେହଲଗାଓଁ ଓ ବାଲ୍‌ତାଲ ବାଟେ ଏମାନେ ଅମରନାଥ ଯାତ୍ରା କରିବେ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୨୮୯୮ ପୁରୁଷ, ୮୯୮ ମହିଳା, ୯୦ ସାଧୁ ଏବଂ ୧୨ ଜଣ ଶିଶୁ ଅନ୍ତର୍ଭୁକ୍ତ । ଇତିମଧ୍ୟରେ ୩.୨୫ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫାସ୍ଥିତ ବରଫ ଲିଙ୍ଗ ଦର୍ଶନ କରିସାରିଲେଣି ।

ସାପ କାମୁଡ଼ାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking