18.1 C
Bhubaneswar
Saturday, November 23, 2024
Homeଓଡିଶା୧୧ଟା ସୁଦ୍ଧା ୩୬% ମତଦାନ : ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

୧୧ଟା ସୁଦ୍ଧା ୩୬% ମତଦାନ : ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଛି । ୩୬% ମତଦାନ ନେଇ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଯାଜପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଧିକ ୪ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଅନ୍ୟପଟେ ଆଠଗଡ଼ରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ପ୍ରଶାନ୍ତ ସାହୁଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକ ସୁଶାନ୍ତଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଆଠଗଡ଼ ଅନନ୍ତପୁର ପଞ୍ଚାୟତର ୪ଟି ବୁଥରେ ମତଦାନ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । କେତେକ ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବାରୁ ଉତ୍ତେଜନା ହୋଇଥିଲା । ଏନେଇ ଖବର ସଂଗ୍ରହ ବେବେ ସାମ୍ବାଦିକଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking