18.1 C
Bhubaneswar
Tuesday, November 26, 2024
Homeବିଜିନେସ୍୨୦୨୨-୨୩ରେ ୩୬.୬ ଲକ୍ଷ କୋଟିର ରପ୍ତାନୀ; ପେଟ୍ରୋଲିୟମ୍ ପରି ଉତ୍ପାଦର ରହିଛି ପ୍ରମୁଖ ଅଂଶ

୨୦୨୨-୨୩ରେ ୩୬.୬ ଲକ୍ଷ କୋଟିର ରପ୍ତାନୀ; ପେଟ୍ରୋଲିୟମ୍ ପରି ଉତ୍ପାଦର ରହିଛି ପ୍ରମୁଖ ଅଂଶ

ବାଣିଜ୍ୟ ନିଅଣ୍ଟ ୨୧.୭୭ ଲକ୍ଷ କୋଟିକୁ ବୃଦ୍ଧି
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ôଥକବର୍ଷରେ ଦେଶର ବାଣିଜ୍ୟ ରପ୍ତାନୀ ୬.୦୩% ବୃଦ୍ଧି ହୋଇ ୪୪୭.୪୬ ବିଲିୟନ ଡଲାର(ପ୍ରାୟ ୩୬.୬୨ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି । ଏଥିରେ ପେଟ୍ରୋଲିୟମ, ଫାର୍ମା, ରାସାୟନିକ ଏବଂ ସାମୁଦ୍ରିକ ଦ୍ରବ୍ୟର ପ୍ରମୁଖ ଅଂଶଦାନ ରହିଛି । ୨୦୨୧-୨୨ରେ ୪୨୨ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଥିଲା । ବାଣିଜ୍ୟ ମନ୍ତ୍ରଣାଳୟଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ଆର୍ôଥକବର୍ଷରେ ଦେଶରେ ସାମଗ୍ରୀ ଆମଦାନୀ ୧୬.୫% ବୃଦ୍ଧିପାଇ ୭୧୪.୨୪ ବିଲିୟନ ଡଲାର(୫୮.୪୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି । ପୂର୍ବ ଆର୍ôଥକବର୍ଷରେ ଏହାଥିଲା ୬୧୩.୦୫ ବିଲିୟନ ଡଲାର । ୨୦୨୨-୨୩ ମସିହାରେ ସାମଗ୍ରୀ ଏବଂ ସେବା ରପ୍ତାନୀ ମୋଟ୍ ୭୭୦.୧୮ ବିଲିୟନ ଡଲାର ହୋଇଛି; ଯାହା ଏକ ରେକର୍ଡ । ୨୦୨୧-୨୨ରେ ୬୭୬.୫୩ ବିଲିୟନ ଡଲାର ରପ୍ତାନୀ ଅପେକ୍ଷା ଏହା ୧୩.୮୪% ଅଧିକ । ଏହି ଅବଧି ମଧ୍ୟରେ ସାମଗ୍ରୀ ଏବଂ ସେବାଗୁଡ଼ିକର ମୋଟ୍ ଆମଦାନୀ ୧୭.୩୮% ବୃଦ୍ଧିହୋଇ ୮୯୨.୧୮ ବିଲିୟନ ଡଲାରରେ ପହଞ୍ଚିଥିଲା । ୨୦୨୧-୨୨ରେ ଏହା ୭୬୦.୦୬ ବିଲିୟନ ଡଲାର ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking