22.1 C
Bhubaneswar
Friday, December 5, 2025
Homeଓଡିଶାସ୍କୁଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ର ଅସୁସ୍ଥ

ସ୍କୁଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ର ଅସୁସ୍ଥ

କୋରାପୁଟ: ସ୍କୁଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ର ଅସୁସ୍ଥ । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସିରିବେଡାରେ ଥିବା ପିଏମ୍ ଶ୍ରୀ ସ୍କୁଲ ହଷ୍ଟେଲ୍‌ରେ ରାତ୍ରୀ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୩୫ ଜଣ ଛାତ୍ର । ରିପୋର୍ଟ ଅନୁସାରେ, ସ୍କୁଲ ହଷ୍ଟେଲରେ ରହୁଥିବା ଛାତ ରାତି ପ୍ରାୟ ସାଢେ ୯ଟା ସମୟରେ ରାତ୍ରୀ ଭୋଜନ ପରେ ପ୍ରବଳ ପେଟ ଯନ୍ତ୍ରଣା ଅଭିଯୋଗ କରିଥିଲେ । ସୂଚନା ପାଇ ସ୍କୁଲ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ଏହି ସମୟରେ ବୈପାରିଗୁଡ଼ା ଏବଂ ରାମଗିରିର ଡାକ୍ତରୀ ଦଳ ସ୍କୁଲ ହଷ୍ଟେଲ ପରିଦର୍ଶନ କରି ବାକି ଛାତ୍ରମାନଙ୍କୁ ପରୀକ୍ଷା କରିଥିଲେ । ଡାକ୍ତରୀ ପରୀକ୍ଷା ସମାପ୍ତ ହେବା ପରେ ହିଁ ଅସୁସ୍ଥତାର ପ୍ରକୃତ କାରଣ ନିଶ୍ଚିତ ହେବ ବୋଲି ଡାକ୍ତରମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking