30.1 C
Bhubaneswar
Saturday, October 5, 2024
Homeଅପରାଧବସ୍ ଯାତ୍ରୀଙ୍କଠାରୁ ୩୩ ଲକ୍ଷ ଜବତ

ବସ୍ ଯାତ୍ରୀଙ୍କଠାରୁ ୩୩ ଲକ୍ଷ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଏକ ବସ୍‌ରୁ ଜଣେ ଯାତ୍ରୀଙ୍କଠାରୁ ୩୨ ଲକ୍ଷ ୭୬ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବସ୍‌ରେ ଗଞ୍ଜେଇ ଯାଞ୍ଚ ବେଳେ ଏହି ଟଙ୍କା ମିଳିଛି । ଯାତ୍ରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଦାଶପୁର ଅନ୍ତର୍ଗତ ମାନ୍ଦିନିପୁର ଗ୍ରାମର ହରିପଦ ସାହା । ସୂଚନାଯୋଗ୍ୟ ଯେ ଆଜି ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତଙ୍କ ସହ ତାଙ୍କ ଟିମ୍ ଲାଞ୍ଜିପଲ୍ଳୀ ଜାତୀୟ ରାଜପଥ ନିକଟରେ ଗଞ୍ଜେଇ ଯାଞ୍ଚ କରୁଥିଲେ । ଏହି ସମୟରେ ବ୍ରହ୍ମପୁରରୁ କଟକ ଯିବା ପାଇଁ ବୀଣାପାଣି ବସ୍ ଆସି ପହଞ୍ôଚଥିଲା । ଏହି ବସ୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କ ବ୍ୟାଗ୍‌କୁ ଯାଞ୍ଚ କରାଯାଇଥିଲା । ସେଥିରୁ ଅଧିକ ୫୦୦ ଟଙ୍କିଆ ଓ କମ୍ ୧୦୦ ଟଙ୍କିଆ ବିଡ଼ା ମିଳିଥିଲା ।

ଏହା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗାଡ଼ିରୁ ଓହ୍ଲାଇଦେବା ସହ ଟଙ୍କା କଥା ପଚାରିବା ବେଳେ ସେ ସଠିକ୍ ଉତ୍ତର ଦେଇ ନଥିଲେ । ଏତେ ଟଙ୍କା ସେ କେଉଁଠୁ ଆଣିଲେ, କେଉଁଠିକୁ ନେଇ ଯାଉଥିଲେ, କ’ଣ କାମ କରନ୍ତି ତା’ର ଠିକ୍ ଉତ୍ତର ଦେଇପାରି ନଥିଲେ । କେତେବେଳେ ସୁନା ବ୍ୟବସାୟ କରନ୍ତି ତ କେତେବେଳେ କାଜୁ ବେପାର କରନ୍ତି, ଏହିଭଳି ମନଗଢ଼ା କଥା କହିଥିଲେ । ଯାହାକୁ ନେଇ ଅବକାରୀ ଅଧିକାରୀଙ୍କର ତାଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଥିଲା । ପରେ ଅବକାରୀ ଅଧିକାରୀ ଜବତ ହୋଇଥିବା ଟଙ୍କା ସହ ହରିପଦଙ୍କୁ ବୈଦ୍ୟନାଥପୁର ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ହରିପଦଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking