28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶ୧୬ ବର୍ଷ ନାବାଳକ ସହ ୩୨ ବର୍ଷୀୟା ମହିଳା ଫେରାର

୧୬ ବର୍ଷ ନାବାଳକ ସହ ୩୨ ବର୍ଷୀୟା ମହିଳା ଫେରାର

ଭୋପାଳ : ମଧ୍ୟପ୍ରଦେଶର ସିଙ୍ଗରେଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୧୬ ବର୍ଷ ନାବାଳକ ସହ ବିବାହ କରି ୩୨ ବର୍ଷୀୟା ମହିଳା ଫେରାର ହୋଇଯାଇଛନ୍ତି । ଘଟଣାଟି ହେଉଛି ସିଙ୍ଗରେଲୀର ଖୁଟାର ଚୌକି କ୍ଷେତ୍ରର । ପୁଅକୁ ଖୋଜି ଖୋଜି ଏବେ ନାବାଳକର ବାପା-ମାଆ ଥକି ପଡ଼ିବା ପରେ ଅଭିଯୋଗ ଆଣିଛନ୍ତି ଯେ ତଦନ୍ତ କେବଳ କାଗଜରେ ହେଉଛି, ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଉନାହିଁ ।
ଖୁଟାରର ବାସିନ୍ଦା କମଲେଶ ଶାହାଙ୍କ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ପୁଅର ବିବାହ ଜଣେ ୩୨ ବର୍ଷୀୟା ମହିଳାଙ୍କ ସହ କରି ଦିଆଗଲା । ତାହା ପୁଣି ତାଙ୍କ ଅନିଚ୍ଛା ସତ୍ତ୍ୱେ । ସରପଞ୍ଚଙ୍କ ପରାମର୍ଶ କ୍ରମେ ଏହି ବିବାହ ହୋଇଥିଲା ।

ବିବାହର ୫ ଦିନ ପର୍ଯ୍ୟନ୍ତ ମହିଳା ଜଣକ ନିଜ ଶ୍ୱଶୁର ଘରେ ରହିଲେ ଓ ତା’ପରେ ତାଙ୍କ ନାବାଳକ ସ୍ୱାମୀଙ୍କ ସହ ଫେରାର ହୋଇ ଯାଇଛନ୍ତି । ନାବାଳକଙ୍କ ବାପା ପୋଲିସରୁ ନେଇ ବାଳ କଲ୍ୟାଣ ସମିତି ପର୍ଯ୍ୟନ୍ତ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପୁଅ ନାବାଳକ ହୋଇଥିବାରୁ ଏହି ବିବାହ ଆଇନ୍ ଅନୁସାରେ ବେନିୟମ । ନାବାଳକଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ସିଙ୍ଗରେଲୀ କଲେକ୍ଟର ରଜୀବ ରଞ୍ଜନ ମୀନା ଏସ୍‌ଡିଏମ୍ ରୁଷି ପାୱାରଙ୍କୁ ଏକ ଟିମ୍ ଗଠନ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାଣିବାକୁ ମିଳିଛି ଯେ ମହିଳା ଜଣକ ୭ ବର୍ଷ ତଳେ ପ୍ରଥମେ ଜଣଙ୍କୁ ବିବାହ କରିଥିଲେ । ବିବାହର ବର୍ଷେ ପରେ ଶ୍ୱଶୁର ଘର ଛାଡ଼ି ପଳାଇ ଅନ୍ୟତ୍ର ବିବାହ କରିଥିଲେ । ଏହା ତାଙ୍କର ତୃତୀୟ ବିବାହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking