27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶମୁମ୍ବାଇ ବିମାନ ବନ୍ଦରରୁ ୩୨.୭୯ କେଜି ସୁନା ଜବତ

ମୁମ୍ବାଇ ବିମାନ ବନ୍ଦରରୁ ୩୨.୭୯ କେଜି ସୁନା ଜବତ

ମୁମ୍ବାଇ : ମୁମ୍ବାଇ ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ ହୋଇଛି । ଅପରାଧୀ ଏକ ଭିନ୍ନ ଉପାୟରେ ଏପରି ସୁନା ଚାଲାଣ କରୁଥିଲେ । ତେବେ ମହିଳାଙ୍କ ଅନ୍ତଃବସ୍ତ୍ର ଭିତରୁ ପୁଳା ପୁଳା ସୁନା ବାହାରିଛି । ଦୁଇଟି ପୃଥକ ମାମଲାରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଜଣ ବିଦେଶୀ ମହିଳା ନାଗରିକଙ୍କ ଅନ୍ତଃବସ୍ତ୍ର ଏବଂ ଲଗେଜରୁ ୩୨.୭୯ କିଲୋଗ୍ରାମର ସୁନା ଜବତ ହୋଇଛି। ସୋମବାର ଦିନ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଆଫ୍ରିକୀୟ ଦେଶରୁ ଆସୁଥିବା ଦୁଇ ବିଦେଶୀ ମହିଳାଙ୍କ ଉପରେ ସନ୍ଦେହ ହୋଇଥିଲା। ଏହାପରେ କଷ୍ଟମ ଡିପାର୍ଟମେଣ୍ଟର ଅଧିକାରୀମାନେ ସେମାନଙ୍କ ତଲାସି ନେଇଥିଲେ। ଏହି ସମୟରେ ସେନାଙ୍କ ଅନ୍ତଃବସ୍ତ୍ର ଓ ଲଗେଜରୁ ସୁନା ମିଳିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୯.୧୫ କୋଟି ଟଙ୍କା ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଭୟ ମହିଳାମାନଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking