ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୧୭ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୨ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୧୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୦ ହଜାର ୮୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ହଜାର ୧୭୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୭୬ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୮୬ ଜଣଙ୍କର ମୃତ୍ୟୁ ହୋଇଛି।
ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରରୁ ୭ ଜଣ, ୟୁନିଟ-୮ରୁ ୪ ଜଣ, ଖାରବେଳ ନଗର, ୟୁନଟ-୬ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୟୁନିଟ-୯ରୁ ୧୭ ଜଣ, ୟୁନିଟ-୮, ଶୈଳଶ୍ରୀ ବିହାରରୁ ୧୨ ଜଣ ଲେଖାଏଁ, ସହିଦ ନଗରରୁ ୧୧ ଜଣ, ଚନ୍ଦ୍ରଶେଖରପୁରରୁ ୧୦ ଜଣ, ବରମୁଣ୍ଡା, ନୟାପଲ୍ଲୀରୁ ୯ ଜଣ ଲେଖାଏଁ, ୟୁନିଟ-୨, ପଟିଆରୁ ୮-୮ ଜଣ, ମଂଚେଶ୍ୱରରୁ ୬ ଜଣ, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସତ୍ୟନଗର, ୟୁନିଟ-୩, ସତ୍ୟ ବିହାର, ବମିଖାଲ, ରସୁଲଗଡ଼ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
https://twitter.com/bmcbbsr/status/1310160791044124672/photo/1
https://twitter.com/bmcbbsr/status/1310160791044124672/photo/2