ମୁମ୍ବାଇ: ଇନ୍ଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନୀ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)କୁ ୩୧୫ କୋଟି ଟଙ୍କା ଦାନ କରିଛନ୍ତି । ଇନ୍ଷ୍ଟିଚ୍ୟୁଟ୍ରୁ ପାସ୍ଆଉଟ୍ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ନିଲେକାନୀ ଏହି ଅର୍ଥ ଦାନ କରିଛନ୍ତି । ସେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ନିଲେକାନୀ ଆଇଆଇଟି ବମ୍ବେକୁ ୮୫ କୋଟି ଟଙ୍କା ଦାନ କରିସାରିଛି । ତାଙ୍କର ଏହି ଦୁଇ ଦାନକୁ ମିଶାଇଲେ ମୋଟ ୪୦୦ କୋଟି ଟଙ୍କା ହୋଇଛି । ଏହା ଦେଶର କୌଣସି ଇନ୍ଷ୍ଟିଚ୍ୟୁଟ୍କୁ ତାର କୌଣସି ପୂର୍ବତନ ଛାତ୍ରଙ୍କ ଦ୍ୱାରା ପ୍ରଦତ୍ତ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଦାନ ।
ୱାର୍ଲ୍ଡ କ୍ଲାସ୍ ଇନ୍ଫ୍ରାଷ୍ଟକ୍ଚର୍ ବୃଦ୍ଧି ସହିତ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ନିଲୋନୀଙ୍କ ଦାନର ଉଦ୍ଦେଶ୍ୟ ବୋଲି ଆଇଆଇଟି ବମ୍ବେ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି । ସେହିପରି ଏକ ଟେକ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ବିକଶିତ କରିବାରେ ଇନ୍ଷ୍ଟିଚ୍ୟୁଟ୍ ଏହି ଅର୍ଥକୁ ବ୍ୟବହାର କରିବ ।