ଭୁବନେଶ୍ୱର: ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ । ୩ଲକ୍ଷ ୮୭ ହଜାର ୮୧୯ ନୂଆ ହିତାଧିକାରୀ ଯୋଜନାରେ ସାମିଲ ଅଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ ନୂଆଙ୍କୁ ସାମିଲ କରୁଛନ୍ତି ସରକାର ।










