25.1 C
Bhubaneswar
Monday, January 12, 2026
Homeଓଡିଶାଓଡ଼ିଶାରେ ୩୦% ପିସି ସରକାର ଚାଲିଛି : କଂଗ୍ରେସ

ଓଡ଼ିଶାରେ ୩୦% ପିସି ସରକାର ଚାଲିଛି : କଂଗ୍ରେସ

ଭୁବନେଶ୍ୱର: ଗତ ଦୁଇଦିନ ତଳେ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ଦୁଇକୋଟି ୫୭ ଲକ୍ଷ ୨୯ ହଜାରୁ ଅଧିକ ଟଙ୍କା ଠାବ କରିବା ସହିତ ୧୫ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ଆକଳନ ହୋଇଥିବାର ସୂଚନା ଦେଇଛନ୍ତି । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଷିତ କରି କହିଥିଲେ ଏ ସରକାରକୁ ବର୍ଷେ ହେବାକୁ ଆଉ ୧୨ଦିନ ବାକିଅଛି । ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଖୋଲମଖୁଲା ଦୁର୍ନୀତି କରିବାରେ ଲାଗିପଡ଼ିଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗି। ଖାଲି ଏହି ବାବୁ ଜଣଙ୍କ ନୁହଁନ୍ତି ।

ପ୍ରତିଦିନ ଜନସାଧାରଣ ଯେଉଁ ସରକାରୀ ଅଫିସକୁ ଯିବେ ବଟି ନଦେଲେ କାମନାହିଁ । ସରକାର ଆସିବା ପୂର୍ବରୁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ସରକାର ହେବ ଏବଂ ଦୁର୍ନୀତିମୁକ୍ତ ସରକାର ହେବ ବୋଲି କିନ୍ତୁ ଏବେ ଓଡିଶାରେ ଦୁର୍ନୀତିଯୁକ୍ତ ଏକ ସରକାର ଚାଲିଛି ଯାହାର ଏକମାତ୍ର କାମ ହେଉଛି ଓଡ଼ିଆ ଲୋକଙ୍କ ଶୋଷଣ କରିବା, ଓଡ଼ିଶାକୁ ଲୁଟ କରିବା । କେନ୍ଦ୍ରୀୟ ସ୍ତରରେ ସରକାରୀ ବାବୁମାନେ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି । ନରେନ୍ଦ୍ର ମୋଦି ଯେଉଁ ଇଡିର କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି ସେହି ଇଡି କାର୍ଯ୍ୟାଳୟର ଜଣେ ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୨୦ ଲକ୍ଷ ଟଙ୍କା ଖଣି ଦୁର୍ନୀତି ମାମଲାର ରଫା ଦଫା କରିବା ପାଇଁ ବଟି ନେଉଥିବା ସମୟରେ ସିବିଆଇ ଦ୍ବାରା ଗିରଫ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାରୀ ଅଧିକାରୀ ଓ ମନ୍ତ୍ରୀ ବହୁ ମାତ୍ରାରେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ଡବଲ ଇଞ୍ଜିନ ସରକାରରେ ଡବଲ ଦୁର୍ନୀତି । କଂଗ୍ରେସର ଦାବି ହେଉଛି ୧୨ ମାସର ସରକାର ରହିଲା ପରେ ମଧ୍ୟ ଏହି ବ୍ୟକ୍ତି ଏତେ ଦୁର୍ନୀତିଖୋର ହୋଇଥିଲେ ମଧ୍ୟ କାଣିଚାଏ ଖବର ମନ୍ତ୍ରୀ ଓ ସଚିବଙ୍କ ପାଖରେ ଥିଲା କି ନାହିଁ ? କାର୍ଯ୍ୟାନୁଷ୍ଠାନ କାହିଁକି ଏତେ ବିଳମ୍ବ । ଏଣୁ ଏ ସରକାର ତୁରନ୍ତ ସଚିବଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଥିଲେ ବର୍ଷ ବର୍ଷ ଧରି ଦୁର୍ନୀତି କରୁଥିବା ଅଧୁକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନୂଆ ସରକାର ପ୍ରଥମ ଦିନର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଥମ ବର୍ଷ କାର୍ଯ୍ୟକାଳ ସରିବା ଉପରେ ଦୁର୍ନୀତିଗ୍ରସ୍ତଙ୍କ ଚିଠା ଗଲା କୁଆଡ଼େ ? ନା ସେମାନଙ୍କ ପାଖରୁ ମୋଟା ଅଙ୍କର ପାଣ୍ଠି ଦଳ ପାଇଁ ସଂଗ୍ରହ କରିବା ସହିତ ବିଭାଗୀୟ ମନ୍ତ୍ରୀ ଓ ଶାସନମୁଖ୍ୟଙ୍କ ଭିତରେ ବାଂଟ ହୋଇଗଲାକି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୁର୍ନୀତି କରି କୋଟି କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି କେବଳ ଚାକିରୀ କାଳର ଶେଷଦିନରେ ହିଁ ଧରାପଡ଼ୁଛି ବାକିତକ ଦିନ ସରକାର ଓ ଭିଜିଲାନ୍ସ ବିଭାଗ କ’ଣ ଘୁଙ୍ଗୁଡ଼ି ମାରୁଛନ୍ତି ବୋଲି ସେ ପରିହାସ କରି କହିଛନ୍ତି। ଏ ସରକାର ଦୁର୍ନୀତି କରୁଥିବା ବ୍ୟକ୍ତିମାନଙ୍କୁ ନିଜ ବେକରେ ମାଳା କରି ପିନ୍ଧୁଛନ୍ତି । କାରଣ ଏମାନଙ୍କୁ କୋଟି କୋଟି ଟଙ୍କାର ଚାନ୍ଦାର ଆବଶ୍ୟକ‌ତା ଅଛି। ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ଏମାନଙ୍କ ଏଜେଣ୍ଡାରେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ରାଜନୈତିକ ସଚିବ ସୁଧାଂଶୁ ଦେଓ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking