କୋରାପୁଟ:- କରନା ମହାମାରୀ ପାଇଁ ଦୀର୍ଘ ଛଅ ମାସ ଧରି ହାତବାନ୍ଧି ଘରେ ବସିବାପରେ ଥୟ ଧରି ପାରିଲେନାହିଁ ଶ୍ରମିକ । ପୁଣିଥରେ କେରଳ, ତାମିଲନାଡୁ ମୁହାଁ ହୋଛନ୍ତି କୋରାପୁଟ ଜିଲ୍ଲାର ୩୦ଜଣ ଶ୍ରମିକ ମାନେ । ଏହା ଦେଖିବାକୁ ମିଳିଛି ଲମତାପୁଟ ଅଞ୍ଚଳରେ । ସୁଚନା ଅନୁସାରେ ଛଅ ମାସ ପୂର୍ବରୁ ତାମିଲନାଡୁରେ କାମ କରି ଫେରିଥିବା ଦାଦନ ଶ୍ରମିକ ମାନଙ୍କ ଯୋଗାଯୋଗ କ୍ରମେ ସଫୁରି ବାଡ଼ କଣ୍ଟ୍ରାକ୍ଟର ଶ୍ରମିକ ଯିବାପାଇଁ ଏକ ସବ୍ ପଠେଇଥିଲେ । ୧୨ତାରିଖ ଶନିବାର ଦିନ କୋରାପୁଟ ଜିଲ୍ଲାରେ ପହଞ୍ଚିଥିଲା କର୍ଣ୍ଣାଟକ ରୁ ବାହାରିଥିବା ଏକ ଏ.ସି ସ୍ଲିପର ବସ୍ । ବିନା ପଞ୍ଜିକରଣରେ ଜୟପୁର,ବୋରିଗୁମ୍ମା, ବୈପାରିଗୁଡା ଅଞ୍ଚଳରୁ ଶ୍ରମିକ ସଂଗ୍ରହ କରି ଲମତାପୁଟ ରେ ପହଞ୍ଚିଥିଲା । କରନା କଟକଣା ମଧ୍ୟରେ ଦାଦନ ଶ୍ରମିକ ଙ୍କ ସୁରକ୍ଷା ଦୃଷ୍ଟି କୋଣକୁ ଚିନ୍ତାକରି ସ୍ଥାନୀୟ ଲମତାପୁଟ ଅଞ୍ଚଳ ର କିଛି ବୁଦ୍ଧି ଜୀବୀ କୋରାପୁଟ ଜିଲ୍ଲା ଶ୍ରମବିଭାଗ ଅଧିକାରୀ ପ୍ରସନ କୁମାର ପାଣିଗ୍ରାହୀ, ଜଲ୍ଲା ଶ୍ରମିକ ସଂଘ ସଭାପତି ସମେତ ଲମତାପୁଟ ବ୍ଲକ୍ ଶ୍ରମିକ ସଂଘ ସଭାପତି ଙ୍କୁ ଯୋଗାଯୋଗ କରିଥିଲେ । ବସ୍ ଲମତାପୁଟ ଅଞ୍ଚଳରୁ ଶ୍ରମିକ ସଂଗ୍ରହ କରି ନନ୍ଦପୁର ଅଞ୍ଚଳକୁ ଯାଉଥିବା ସମୟରେ ଲମତାପୁଟ ପୋଲିସ୍ ଜିଲ୍ଲା ଶ୍ରମଧିକାରୀ ଙ୍କ ଠାରୁ ସୁଚନା ପାଇ ଲମତାପୁଟ ବ୍ଲକ୍ ତୁସୁବା ଛକଠାରେ ବସ୍ କୁ ଅଟକ ରଖିଥିଲେ । ଶ୍ରମ ଅଧିକାରୀ ପହଞ୍ଚି ଶ୍ରମିକ ମାନଙ୍କୁ କରନା ମହାମାରୀ କଟକଣା ସମୟରେ ଦାଦନ ଖଟିବାକୁ କାହିକି ଯାଉଛବୋଲି ପଚାରିଥିଲେ । କିନ୍ତୁ ଶ୍ରମିକ ମାନେ ଅଧିକାରୀଙ୍କୁ ଉତ୍ତର ଦେଇଥିଲେ କି, ନିଜ ଅଞ୍ଚଳରେ କାମମିଳୁ ନାହିଁ , MGNREGA କାମକଲେ ଉଚିତ୍ ସମୟରେ ପଇସା ମିଳୁନାହିଁ । ଦୀର୍ଘ ଛଅ ମାସ ହାତବାନ୍ଧି ଘରେ ବସିବାପରେ ରୋଜଗାରକ୍ଷମ ହରାଇଛୁ , କରନା ପୂର୍ବରୁ କାମକରି ପଇସା ଛାଡି ଆସିଛୁ । ଯାହାଦ୍ଵାରା ପରିବାର ପ୍ରତିପୋଷଣ ପ୍ରତି ନାହିଁନଥିବା ଅସୁବିଧା ହେବା ସହିତ ଆର୍ଥିକ ଅନଟନରେ ରହିଛୁ । ଆମେ ଗଲେ ଆମର ବାକି ରହିଥିବା ପଇସା ମିଳିବ ଓ ସେଠାରେ କାମକୁ ଗଲେ ଆମକୁ ଖାଇବା ପିଇବା ସହିତ ଦିନକୁ ୪୦୦ଟଙ୍କା ମିଳୁଛି ବୋଲି ପ୍ରକାଶ କରିଛନ୍ତି । ଶ୍ରମ ଅଧିକାରୀ ଶ୍ରମିକ ସଂଗ୍ରହ ପାଇଁ ଆସିଥିବା ବସ୍ ଡ୍ରାଇଭର , କଣ୍ଡକ୍ଟର ଙ୍କୁ ଶ୍ରମିକ ଚାଲାନ ର ପ୍ରମାଣ ପତ୍ର ସହିତ ଶ୍ରମିକ ମାନଙ୍କୁ ଦାଦନ ଶ୍ରମିକ ପଞ୍ଜିକରଣ ପତ୍ର ମାଗିଥିଲେ କିନ୍ତୁ କାହାରି ପାଖରେ କୈଣସି ପ୍ରମାଣ ମିଳିନଥିଲା । ଯହା ଦ୍ଵାରାକି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ କୁମାର ପାଣିଗ୍ରାହୀ ଓ ଶ୍ରମ ବିଭାଗ ନିରୀକ୍ଷକ ପଦ୍ମ ଚରଣ ପଣ୍ଡା ଦାଦନ ଶ୍ରମିକ ମାନଙ୍କ ଆର୍ଥିକ ଅନଟନ କୁ ଦୃଷ୍ଟିରେ ରଖି ତାମିଲନାଡୁ ସ୍ଥିତ ସଫୁରି ବାଡ କଣ୍ଟ୍ରାକ୍ଟର ଙ୍କୁ ଯୋଗାଯୋଗ କରି ସରକାରଙ୍କ ନିୟମ ଅନୁସାରେ ୩୦ଜଣ ଶ୍ରମିକଙ୍କୁ ପଞ୍ଜିକରଣ କରି ଦାଦନ ଯିବାକୁ ଅନୁମତି ପ୍ରଦାନ କରିବାକୁ ସୁଚନା ଦେଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ସୁଚନା ପାଇବାପରେ ଦାଦନ ଶ୍ରମିକ ମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଛି ।(କୋରାପୁଟ ରୁ ଅଭିନାଶ ଜାନାମ)