ତାଇପେଇ: ଚୀନ୍ର ୨୦ ଫାଇଟର୍ ଜେଟ୍ ସମେତ ୩୦ଟି ଜେଟ୍ ସୋମବାର ତାଇୱାନ୍ ଆକାଶ ସୀମା ଲଂଘନ କରିଥିବା ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନ୍ ଜେଟ୍ ସୀମା ଲଂଘିବା ପରେ ତାୱାନ୍ ଏୟାର୍ ଡିଫେନ୍ସ ମିସାଇଲ୍ ସିଷ୍ଟମ୍କୁ ସକ୍ରିୟ କରିବା ସହ ଏୟାର୍କ୍ରାଫ୍ଟକୁ ତୟାର ରଖିଥିଲା । ଚୀନ୍ ଜେଟ୍ର ତାୱାନ୍ ଆକାଶ ସୀମା ଲଂଘନ କରିବା ଏହା ଚଳିତ ବର୍ଷର ଦ୍ୱିତୀୟ ବୃହତ୍ତମ ଘଟଣା । ତାଇପେଇ ଫାଇଟର୍ ଫ୍ଲିଟ୍କୁ ନିୟମିତ ଚାପରେ ରଖିବା ଏବଂ ନିଜୟ ଅସନ୍ତୋଷ ବ୍ୟକ୍ତ ପାଇଁ ବେଜିଂ ପକ୍ଷରୁ ଗତ କିଛିବର୍ଷ ହେବ ତାଇୱାନ୍ ଡିଫେନ୍ସ ଜୋନ୍ ମଧ୍ୟରେ ବଡ଼ ଧରଣର ସର୍ଟି ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ ସ୍ୱୟଂଶାସିତ ଗଣତାନ୍ତ୍ରିକ ଦେଶ ତାଇୱାନ୍ ସର୍ବଦା ଚୀନ୍ ଆକ୍ରମଣର ଭୟରେ ଥିବାବେଳେ ଏହି ଦ୍ୱୀପକୁ ନିଜ ଅଞ୍ଚଳ ବୋଲି ଦାବି କରୁଥିବା ଚୀନ୍ ଆବଶ୍ୟକ ପଡ଼ିଲେ ବଳ ପ୍ରୟୋଗ କରି ଦିନେ ନା ଦିନେ ଏହାକୁ ହାସଲ କରିବ ବୋଲି କହିଆସୁଛି । ଗତ ସପ୍ତାହରେ ଏହି ଦ୍ୱୀପରେ ଉତ୍ତେଜନା ବୃଦ୍ଧି ପାଇ ବେଜିଂକୁ ଦାୟୀ କରିଥିବା ବେଳେ ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନ୍କେନ୍ ଯୁଦ୍ଧ ବିମାନ ଅନୁପ୍ରବେଶକୁ ଏହାର ଉଦାହରଣ ବୋଲି କହିଥିଷଲ ।