ଫୁଲବାଣୀ: ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଟାଣ୍ଟ ଓ ବର୍ତ୍ତମାନର ବାଲିଗୁଡ଼ା ସବ୍ଟ୍ରେଜେରୀ ଅଫିସ୍ରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ଆଦେଶ ଦେଇଛନ୍ତି । ଶ୍ରୀ ମଲିକ ବୌଦ୍ଧ ଟ୍ରେଜେରୀ କାର୍ଯ୍ୟାଳୟରେ ଥିବାବେଳେ ଜଣେ କର୍ମଚାରୀଙ୍କ ଅନ୍ ୟୁଟିଲାଇଜିଡ୍ ବିଲ୍ କରିବା ପାଇଁ ଲାଞ୍ଚ ଦାବି କରିଥିଲେ । ୨୦୧୯ରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିବା ସହିତ ଭିଜିଲାନ୍ସ କର୍ମଚାରୀମାନେ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କେସ ନଂ ୨୮ା୧୯ରେ ଏକ ମାମଲା ରୁଜୁ କରିଥିବାବେଳେ ଗୁରୁବାର ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରୀଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ପିପି ଭି.ଭି.ରାମଦାସ ମାମଲା ପରିଚାଳନା କରୁଥିଲେ ।