ଭୁବନେଶ୍ୱର : ୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ଏନେଇ ଘୋଷଣା କରିଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ । ସମସ୍ତ ମା ମାନଙ୍କୁ ଟଙ୍କା ମିଳିବ କହିଛନ୍ତି ପ୍ରଭାତୀ ପରିଡା । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ଟଙ୍କା । ମାର୍ଚ୍ଚ ୮ରେ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା । ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ପାଇବେ ମହିଳା । ଜାନୁୟାରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ଆଜି ଆସିବ ଫିଲ୍ଡ ରିପୋର୍ଟ କହିଛନ୍ତି ପ୍ରଭାତୀ ପରିଡା । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ।