26.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୩ ଭାଇଭଉଣୀ

ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୩ ଭାଇଭଉଣୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୮ରେ ଏକ ଦୁଃଖଦ ଘଟଣା ଘଟିଛି । ହଠାତ୍ ଘରେ ନିଆଁ ଲାଗିବାରୁ ୩ ଭାଇଭଉଣୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏହି ଅଗ୍ନିକାଣ୍ଡରେ ମୃତ ପିଲାଙ୍କ ବାପା ଗୁରୁତର ହୋଇଛନ୍ତି । ମୃତ ପିଲାଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଦୁଇ ଝିଅ ଓ ୫ ବର୍ଷର ପୁଅ ରହିଛି । ନୋଏଡା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଏକ ଘରେ ୩ ଭାଉଭଉଣୀ ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା’ ଶୋଇଥିଲେ । ବ୍ୟକ୍ତିଜଣକ ବ୍ୟାଟେରୀ ଅଟୋ ଚଳାଉଥିବାରୁ ସେ ଉକ୍ତ ରୁମ୍‌ରେ ବ୍ୟାଟେରି ଚାର୍ଜ ପାଇଁ ବସାଇଥିଲେ । ରାତି ଅଧରେ ହଠାତ୍ ଉକ୍ତ ଘରୁ ନିଆଁ ବାହାରୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ ।

ଏଥିସହ ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟ ଆକୁଳ ଚିତ୍କାର କରୁଥିଲେ । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଘର ଭିତରୁ ବିଛଣା ଉପରୁ ୩ ଭାଉଭଉଣୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ନିଆଁରେ ପୋଡ଼ି ହୋଇ ବ୍ୟକ୍ତିଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମା’ଙ୍କ ଅବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳିନି । ଘଟଣା ଘଟିଥିବା ରୁମ୍‌ରେ ବ୍ୟାଟେରୀ ଚାର୍ଜରେ ବସିଥିବାରୁ ସର୍ଟ ସର୍କିଟ ହୋଇ ସେଥିରେ ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥାଇ ପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking