31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଗିରଫ ଅପରାଧୀଙ୍କ ଗୁଳିରେ ୩ ପୁଲିସ କର୍ମୀ ଆହତ

ଗିରଫ ଅପରାଧୀଙ୍କ ଗୁଳିରେ ୩ ପୁଲିସ କର୍ମୀ ଆହତ

ଲକ୍ଷ୍ନୌ:  ଉତ୍ତର ପ୍ରଦେଶର ମାହୋବା ସହରରେ ପୁଲିସକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ନିଆଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ହଠାତ୍ ଏସ୍‌କର୍ଟ କରୁଥିବା ପୁଲିସ କର୍ମୀଙ୍କ ନିକଟରୁ ସର୍ଭିସ ରାଇଫଲ ଛଡାଇ ପାଲଟା ଗୁଳିଚାଳନା କରିଥିବା ଜଣାପଡିଛି । ଏଥିରେ ଜଣେ ପୁଲିସ ସବ୍‌ଇନିସପେକ୍ଟର ଓ ୨ ଜଣ କନଷ୍ଟେବଳ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ପୁଲିସର ପାଲଟା ଗୁଳିଚାଳନାରେ ୨ ଅଭିଯୁକ୍ତ ମଧ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ମାହୋବାରେ ମଙ୍ଗଳବାର ଗୋଟିଏ ଦ୍ରୁତଗାମୀ ବସ୍ ଧକ୍କା ଦେବାରୁ ଜଣେ ଶିଶୁର ମୃତ୍ୟୁ ଘଟିଥିଲଶ । ଫଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ସେମାନଙ୍କୁ ହଟାଇବାକୁ ପୁଲିସ ଦଳ ଘଟଣାସ୍ଥଳକୁ ଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ଜଣେ ପୁଲିସ ଅଧିକାରୀଙ୍କୁ ନିସ୍ତୁକ ପିଟିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ପରବର୍ତ୍ତୀ ସମୟରେ ୫ ଜଣଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking