କୋଲକାତା: ବୀରଭୂମି ଜିଲ୍ଲାର କଙ୍କଡାତଲା ଥାନା ଅଞ୍ଚଳର ହଜରତପୁରରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସଫା କରିବାବେଳେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିସୁଦ୍ଧା ଦମକଳ ବାହିନୀ ଏବଂ ପୋଲିସର ଦୀର୍ଘ ସମୟ ଉଦ୍ୟମ ପରେ ତିନିଜଣଙ୍କ ଶବକୁ ପାଇଖାନା ଟାଙ୍କିରୁ ବାହାରକୁ ବାହାର କରାଯାଇଛି । ମୃତକଙ୍କ ଚିହ୍ନଟ ଘର ମାଲିକ ସନାତନ ଧୀର (୪୯), ଶ୍ରମିକ ସ୍ପପନ ବାଧାକର (୪୬), ଅମୃତ ବାଧାକର (୩୨) ରୂପରେ ହୋଇଛି । ମୃତକଙ୍କ ମଧ୍ୟରେ ଘର ମାଲିକ ଏବଂ ସଫେଇ କାର୍ଯ୍ୟରେ ଲାଗିଥିବା ଦୁଇ ଶ୍ରମିକ ସାମିଲ ଅଛନ୍ତି ।
ଘଟଣାକୁ ନେଇ ସ୍ଥାନୀୟ ଲୋକ ଏବଂ ପୋଲିସ କହିଛନ୍ତି ଯେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଭୟାନକ ଘଟଣା ଘଟିଛି, ଯେଉଁଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ବୀରଭୂମ ଜିଲ୍ଲାର ହଜରତପୁର ଗାଁର ଅଟେ । କୁହାଯାଉଛି ଯେ ଦୁର୍ଘଟଣା ସେବେ ଘଟିଛି ଯେବେ ହଜରତପୁର ଗାଁର ସନାତର ଧୀରଙ୍କ ଘରର ପାଇଖାନା ଟାଙ୍କି ସଫା କରିବା ପାଇଁ ମାଲିକ ସମେତ ଦୁଇ ଶ୍ରମିତ ମ୍ୟାନହୋଲ ଖେଲିଥିଲେ ।ପ୍ରଥମେ ଟ୍ୟାଙ୍କ ମ୍ୟାନ ହୋଲ୍ ଖୋଲୁଥିବାବେଳେ ଗ୍ୟାସରେ ଅଚେତ ହୋଇ ଟାଙ୍କି ଭିତରେ ପଡ଼ିଯାଇଥିଲେ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଘର ମାଲିକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ । ପରେ ଅନ୍ୟ ଜଣେ ଶ୍ରମିକ ମଧ୍ୟ ପାଇଖାନା ଟାଙ୍କି ଭିତରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ୩ଜଣଙ୍କର ମୃତଦେହ ଉଦ୍ଧାର କରିଛି ।