ନୂଆଦିଲ୍ଲୀ : ଭାରତରେ ସକ୍ରିୟ ଥିବା ୩ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବୁଧବାର ୟୁଟ୍ୟୁବ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚ୍ୟାନେଲଗୁଡିକ ହେଲା ଆଜ୍ତକ୍ ଲାଇଭ୍, ନ୍ୟୁଜ୍ ହେଡଲାଇନ୍ସ ଏବଂ ସରକାରୀ ଅପ୍ଡେଟ୍ସ । ଇଣ୍ଡିଆ ଟୁଡେ୍ ଗ୍ରୁପ୍ ସହ ଆଜ୍ତକ୍ ଲାଇଭ୍ର କୌଣସି ସମ୍ପର୍କ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଚ୍ୟାନେଲଗୁଡିକ ମିଥ୍ୟା ଓ ଭିତ୍ତିହୀନ ସମ୍ବାଦ ପରିବେଷଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି ।
ସହିପାରିଲେନି ପୁଅ ମୃତ୍ୟୁ: କୁଅକୁ ଡେଇଁ ଜୀବନ ହାରିଲେ ବାପା-ମା’ ଏବଂ ଝିଅ