17.1 C
Bhubaneswar
Sunday, November 24, 2024
Homeଓଡିଶାରାଜ୍ୟରେ ଆହୁରି  ୩ ଦିନ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଆହୁରି  ୩ ଦିନ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,:  ଆସନ୍ତା ୩ ଦିନ ପର୍ଯ୍ୟନ୍ତି ରାଜ୍ୟରେ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଏବଂ ଉପକୂଳବର୍ତ୍ତି ଜିଲ୍ଲାଗୁଡିରେ  ଗୁଳୁଗୁଳି ଅଧିକ ଅନୁଭୂତ ହେବ । ତେଣୁ ଗ୍ରୀଷ୍ମ ପ୍ରବାହ ପାଇଁ ପିକ୍ ସମୟରେ ବାହାରକୁ ନ ବାହାରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ,଼ ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡା, ମାଲକାନଗିରି , କନ୍ଧମାଳ ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଛି ଯେଉଁଥିପାଇଁ ଅସହ୍ୟ ଗୁଳୁଗୁଳି ଲାଗିରହିଛି । ଏଥିପାଇଁ ଉଷ୍ମ ଓ ସ୍ଥିତି ରାଜ୍ୟରେ ତିନିଦିନ ଯାଏ ଲାଗିରହିବ ।  ସେହିପରି ଆସନ୍ତା ୨ ତାରିଖରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି ।  ସେହିପରି ୧ ପରେ ବର୍ଷା କମିବା ସହ କାଁଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଜି ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ଆଜି ୪୫ ଡିଗ୍ରୀ ସେଲସିୟସ ବା ତା’ ଉପରେ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ଫଳରେ ଆଜି ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୬.୨ଂ, ବରଗଡ଼ରେ ୪୬ଂ, ସମ୍ବଲପୁରରେ ୪୫.୨ଂ, ଝାରସୁଗୁଡ଼ାରେ ୪୫ଂ, ଭବାନୀପାଟଣାରେ ୪୫ଂ ଓ ନୂଆପଡ଼ାରେ ୪୫ଂ ରହିଥିଲା । ହୀରାକୁଦରେ ତାପମାତ୍ରା ୪୪.୭ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୪ଂ ଓ ସୁନ୍ଦରଗଡ଼ରେ ୪୨ ଡିଗ୍ରୀ ରହିଥିଲା । ସେହିପରି ମାଲକାନଗିରିରେ ତାପମାତ୍ରା ୪୩.୭ଂ, ଫୁଲବାଣୀରେ ୪୩ଂ, ପାରଳାଖେମୁଣ୍ଡିରେ ୪୦.୫ଂ,ନବରଙ୍ଗପୁରରେ ୪୦.୫ଂ ଓ ରାୟଗଡ଼ାରେ ୪୦ ଡିଗ୍ରୀ ରହିଥିଲା । ଅନ୍ୟପକ୍ଷରେ ଆଜି ରାଜ୍ୟର ଅନ୍ୟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା । ନୟାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୩ ଡିଗ୍ରୀ ରହିଥିବା ବେଳେ ତାଳଚେରରେ ୩୯ଂ, ଅନୁଗୋଳରେ ୩୮.୭ଂ, ଯାଜପୁରରେ ୩୮ଂ, ଦାରିଙ୍ଗବାଡ଼ିରେ ୩୮ଂ, କୋରାପୁଟରେ ୩୭ଂ, ଦେବଗଡ଼ରେ ୩୬.୬ଂ, ଖୋର୍ଦ୍ଧାରେ ୩୬ଂ, କେନ୍ଦ୍ରାପଡ଼ାରେ ୩୬ଂ, ଢେଙ୍କାନାଳରେ ୩୫.୬ଂ, ଛତ୍ରପୁରରେ ୩୫.୬ଂ, କଟକରେ ୩୫ଂ, ଗୋପାଳପୁରରେ ୩୪.୫ଂ, କେନ୍ଦୁଝରରେ ୩୪ଂ, ପୁରୀରେ ୩୪.୧ଂ, ଭୁବନେଶ୍ୱରରେ ୩୪ଂ, ପାରାଦୀପରେ ୩୩.୧ଂ, ଚାନ୍ଦବାଲିରେ ୩୨.୮ଂ, ଭଦ୍ରକରେ ୩୨ଂ ଓ ବାଲେଶ୍ୱରରେ ୩୧.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା । ଗୋପାଳପୁର, ପୁରୀ, ଭୁବନେଶ୍ୱର, ପାରାଦୀପ, କେନ୍ଦୁଝର, ଚାନ୍ଦବାଲି ଓ ବାଲେଶ୍ୱର ଆଦି ସ୍ଥାନରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ତଳକୁ ରହିଥିଲେ ହେଁ ଆଦ୍ରତା ବହୁତ ଅଧିକ ରହିଥିଲା । ଦିନ ଅଢ଼େଇଟା ସୁଦ୍ଧା ଗୋପାଳପୁରରେ ଆଦ୍ରତା ୭୭% ରହିଥିବା ବେଳେ ପୁରୀରେ ୮୪%, ଭୁବନେଶ୍ୱରରେ ୭୫%, କେନ୍ଦୁଝରରେ ୮୦%, ପାରାଦୀପରେ ୮୫%,ଚାନ୍ଦବାଲିରେ ୮୧% ଓ ବାଲେଶ୍ୱରରେ ୮୭% ରହିଥିଲା ।
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବାହ୍ନ ୧୧ ରୁ  ଅପରାହ୍ନ ୩ ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ନିର୍ବାଚନ ସମୟରେ ସତର୍କତା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ମାର୍ଗଦର୍ଶିକା ଜାରି କରିଛନ୍ତି । ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଲୋକେ ଜରୁରୀ କାର୍ଯ୍ୟ ଲାଗି ବାହାରକୁ ବାହାରୁଛନ୍ତି ତେବେ ଛତା, ଜୋତା, ପାଣି ବୋତଲ ସାଙ୍ଗରେ ନେବାକୁ ଏସଆରସି ସତ୍ୟବ୍ରତ ସାହୁ ପରାମର୍ଶ ଦେଇଛନ୍ତି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା । ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking