ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ସମୟରେ ମିଥ୍ୟା ପେଟ୍ରୋଲ୍ ବିଲ୍ ଦେଇ ଠକେଇ କରିଥିବା ସମ୍ବଲପୁର ଜିଲ୍ଲା ପୁଲିସର ୩କନ୍ଷ୍ଟେବଲ୍ଙ୍କୁ ନିଲମ୍ବନ କରାଯାଇଛି । ସମ୍ବଲପୁର ରିଜର୍ଭ ପୁଲିସ୍ ବିଭାଗର ଏସ୍ପି ଏହି କନ୍ଷ୍ଟେବୁଲ୍ମାନଙ୍କୁ ନିଲମ୍ବିତ କରିଛନ୍ତି । ତେଲ ଭର୍ତ୍ତିରେ ଓଭର ବିଲିଂ ସମ୍ପର୍କରେ ଅଭିଯୋଗ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ଆସିବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ୧୬ଟି ବସରେ ତେଲର ପରିମାଣ ଓ ଦୂରତାରେ ମେଳ ଖାଉ ନଥିବା ଜଣାପଡ଼ିଥିବା ତଦନ୍ତ କରୁଥିବା ଅଧିକାରୀ ଡିଏସ୍ପି ଯୋଗେଶ୍ୱର ଓରାମ ସୂଚନା ଦେବା ସହ ଏ ବାବଦରେ ୩୦ ଲକ୍ଷ ଟଙ୍କାର ବିଲିଂ କରାଯାଇଥିବା ଜଣାପଡ଼ିଛି ଏବଂ
ପ୍ରାୟ ୮ ଲକ୍ଷ ଟଙ୍କା ହେରଫେର୍ ସମ୍ପର୍କରେ ଜଣାପଡ଼ିଥିଲା । ଗୋଟିଏ ଗୋଟିଏ ଗାଡ଼ିରେ ୩୦ରୁ ୪୦ ଲିଟର ଯାଏ ତେଲ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏହାପରେ ରିଜର୍ଭ ପୁଲିସ ବିଭାଗରେ ଏମ୍ଭି ସେକ୍ସନ୍ରେ କାର୍ୟ୍ୟରତ ୩ କନ୍ଷ୍ଟେବଲ୍, ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଂଜିତ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।