ନୂଆଦିଲ୍ଲୀ: ହଟିଯିବ ଭାରତୀୟ ନ୍ୟାୟ ବ୍ୟବସ୍ଥାର ୩ ଗୁରୁତ୍ୱପୂର୍ଣ୍ଣ ଆଇନ । ଆଇପିସି ସିଆରପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ଜାରି କରାଯାଇଛି । ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ଆସିଲା ବିଲ୍ । ୩ଟି ବିଲ୍ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହା । ଆଇପିସି ହଟି ତାସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା ୨୦୨୩ ।